ଆରଜି କର ମେଡିକାଲ ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲା । ସଞ୍ଜୟ ରାୟ ଦୋଷୀ ସାବ୍ୟସ୍ତ ।

Advertisment

ସଞ୍ଜୟ ରାୟ ଦୋଷୀ ସାବ୍ୟସ୍ତ ।  ସୋମବାର ଦଣ୍ଡ ଶୁଣାଇବେ କୋର୍ଟ । ଟ୍ରେନି ଡ଼ାକ୍ତରଙ୍କୁ ଦୁଷ୍କର୍ମ ଓ ପରେ ହତ୍ୟା କରିଥିଲା ଅଭିଯୁକ୍ତ ସଞ୍ଜୟ ରାୟ

ସଞ୍ଜୟ ରାୟ ଦୋଷୀ ସାବ୍ୟସ୍ତ ।  ସୋମବାର ଦଣ୍ଡ ଶୁଣାଇବେ କୋର୍ଟ । ଟ୍ରେନି ଡ଼ାକ୍ତରଙ୍କୁ ଦୁଷ୍କର୍ମ ଓ ପରେ ହତ୍ୟା କରିଥିଲା ଅଭିଯୁକ୍ତ ସଞ୍ଜୟ ରାୟ

sanjay 33

କନକ ବ୍ୟୁରୋ : ଆରଜି କର ମେଡିକାଲ ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲା । ସଞ୍ଜୟକୁ ଦୋଷୀ ସାବ୍ୟସ୍ତ କଲେ ପଶ୍ଚିମବଙ୍ଗ ସିଆଲଦା କୋର୍ଟ । ମେଡ଼ିକାଲ କଲେଜ ଭିତରେ ଟ୍ରେନି ଡ଼ାକ୍ତରଙ୍କୁ ଦୁଷ୍କର୍ମ ଓ ପରେ ହତ୍ୟା କରିଥିଲା ଅଭିଯୁକ୍ତ ସଞ୍ଜୟ ରାୟ। ଯିଏକି ସେହି କଲେଜର ସିକ୍ୟୁରିଟି ଭାବେ କାର୍ଯ୍ୟରତ ଥିଲା ।

ଏପରିକି ସେ ପୋଲିସ ମିତ୍ର ଭାବେ ଦିଲ୍ଲୀ ପୋଲିସକୁ ସାହାଯ୍ୟ କରୁଥିଲା। ଘଟଣା ସାମ୍ନାକୁ ଆସିବା ପରେ ଯଦିଓ ଅଭିଯୁକ୍ତକୁ ଦିଲ୍ଲୀ ପୋଲିସ ଗିରଫ କରିଥିଲା କିନ୍ତୁ ପ୍ରତିବାଦ ଜୋରଦାର ହେଉଥିଲା । ସାରା  ଦେଶରେ ଆନ୍ଦୋଳନ ହୋଇଥିଲା ତୀବ୍ର। ଡାକ୍ତର ମାନେ ଧର୍ମଘଟକୁ ଓହ୍ଲାଥିଲେ ।  
 
 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe