ସୁପ୍ରିମକୋର୍ଟ ନିର୍ଦ୍ଦେଶ ମାନୁନାହାଁନ୍ତି ଡାକ୍ତର ; ତାଗିଦ୍ ସତ୍ତ୍ୱେ କାମକୁ ନଫେରିବା ଜିଦ୍‌ରେ ଅଟଳ

ସୁପ୍ରିମକୋର୍ଟ ନିର୍ଦ୍ଦେଶ ମାନୁନାହାଁନ୍ତି ଡାକ୍ତର ; ତାଗିଦ୍ ସତ୍ତେ୍ୱ କାମ ନଫେରିବା ଜିଦ୍‌ରେ ଅଟଳ । ପଶ୍ଚିମବଙ୍ଗର ବିଭିନ୍ନ ସ୍ଥାନରେ ବିକ୍ଷୋଭ ପ୍ରଦର୍ଶନ ଜାରି । କାଲି ଶୁଣାଣି କରି କାର୍ଯ୍ୟରେ ଯୋଗଦେବାକୁ ନିର୍ଦ୍ଦେଶ ଦେଇଥିଲେ ସର୍ବୋଚ୍ଚ ଅଦାଲତ ।

SC+++++++++

କନକ ବ୍ୟୁରୋ : ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ମାନୁନାହାଁନ୍ତି ଡାକ୍ତର । ପଶ୍ଚିମବଙ୍ଗ ଆରଜି.କର ମେଡିକାଲ କଲେଜ ଡାକ୍ତରୀ ଛାତ୍ରୀଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲାରେ ବିକ୍ଷୋଭ ଜାରି ରଖିଥିବା କନିଷ୍ଠ ଡାକ୍ତରଙ୍କୁ କାର୍ଯ୍ୟରେ ଯୋଗ ଦେବାକୁ ନିର୍ଦ୍ଦେଶ ଦେଇଥିଲେ ସର୍ବୋଚ୍ଚ ଅଦାଲତ । ହେଲେ ସୁପ୍ରିମକୋର୍ଟଙ୍କ ନିର୍ଦେଶକୁ ଅଣଦେଖା କରି ଡାକ୍ତରମାନେ ଜିଦ ଧରିଛନ୍ତି, ଯେପର୍ଯ୍ୟନ୍ତ ନ୍ୟାୟ ମିଳିନାହିଁ କାମକୁ ଫେରିବେ ନାହିଁ। 

ଘଟଣାରେ ସ୍ୱାସ୍ଥ୍ୟ ସଚିବ ଏବଂ ସ୍ୱାସ୍ଥ୍ୟ ଶିକ୍ଷା ନିର୍ଦ୍ଦେଶକଙ୍କ ଇସ୍ତଫା ଦାବି କରି ଆନ୍ଦୋଳନ କରୁଛନ୍ତି ଡାକ୍ତର ସଂଘ। ଏହାସହିତ ଦାବି ପୂରଣ ପାଇଁ ଆଜି ଅପରାହ୍ନରେ କନିଷ୍ଠ ଡାକ୍ତରମାନେ ସ୍ୱାସ୍ଥ୍ୟ ବିଭାଗ ମୁଖ୍ୟାଳୟରୁ ସ୍ୱାସ୍ଥ୍ୟ ଭବନ ପର୍ଯ୍ୟନ୍ତ ଶୋଭାଯାତ୍ରା କରିବାକୁ ପ୍ରସ୍ତୁତି କରିଛନ୍ତି। ଆନ୍ଦୋଳନରତ ଜଣେ ଡାକ୍ତର କହିଛନ୍ତି ‘ଆମ ଦାବି ଯେପର୍ଯ୍ୟନ୍ତ ପୂରଣ ହୋଇନାହିଁ, ପଡ଼ିତାଙ୍କୁ ନ୍ୟାୟ ମିଳିନାହିଁ, ସେପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ। ମଙ୍ଗଳବାର ଶୁଣାଣୀ କରି କୋର୍ଟ ଆଜି କାମକୁ ଫେରିବାକୁ କହିଥିଲେ । କିନ୍ତୁ ଏହାକୁ ଡାକ୍ତରୀ ସଂଘ ଅଣଦେଖା କରିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe