କନକ ବ୍ୟୁରୋ: କୋଲକାତା ଆରଜି କର ମେଡିକାଲ କଲେଜର ପୂର୍ବତନ ଅଧ୍ୟକ୍ଷଙ୍କୁ ସୁପ୍ରିମକୋର୍ଟରୁ ଝଟକା । କୋର୍ଟରେ ଦାଖଲ ପିଟିସନକୁ ଖାରଜ କଲେ ମୁଖ୍ୟ ବିଚାରପତି । କଲେଜରେ ଆର୍ଥିକ ଦୁର୍ନିତୀ ନେଇ ଅଭିଯୋଗର ତଦନ୍ତ ସିବିଆଇ ହାତକୁ ନଦେବାକୁ ଦାଏର କରିଥିଲେ ପିଟିସନ । 

କୋଲକାତା ହାଇକୋର୍ଟ ଆର୍ଥିକ ହେରଫେର ମାମଲାର ତଦନ୍ତ ସିବିଆଇ କରିବା ନେଇ ନିର୍ଦ୍ଦେଶ ଦେଇଥିଲେ । ଏହାକୁ ବିରୋଧ କରି ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ସନ୍ଦିପଙ୍କ ଓକିଲ । ସନ୍ଦିପଙ୍କ କାର୍ଯ୍ୟକାଳ ସମୟରେ କଲେଜରେ ଦୁର୍ନୀତି ହୋଇଥିବା ନେଇ ଖୁଲାସା କରିଥିଲେ ପୂର୍ବତନ ସୁପରିଟେଣ୍ଡେଣ୍ଟ ଅଖତର ଅଲ୍ଲୀ । ସେପଟେ ଆରଜି କଲେଜରେ ଅନିୟମିତତା ଅଭିଯୋଗରେ ପୂର୍ବତନ ଅଧ୍ୟକ୍ଷଙ୍କୁ ଗତ ସେପ୍ଟେମ୍ବର ୨ରେ ଗିରଫ କରିଥିଲା ସିବିଆଇ । ସେବେଠାରୁ ୮ ଦିନ ପାଇଁ ସିବିଆଇ ହେଫାଜତରେ ରହିଛନ୍ତି ସନ୍ଦିପ ଘୋଷ ।
ଇଡ଼ି ରାଡ଼ାରରେ ସନ୍ଦୀପ ଘୋଷ :
- ସନ୍ଦେହରେ ସନ୍ଦୀପ ଘୋଷଙ୍କ ଗତିବିଧି
- ବେଆଇନ କାମରେ ଲିପ୍ତ ଅଭିଯୋଗ
- ଅଚିହ୍ନା ଶବକୁ ବିକୁଥିବା ନେଇ ଅଭିଯୋଗ
- ବାଂଲାଦେଶ ଯାଏଁ ଲମ୍ବିଛି ସନ୍ଦୀପଙ୍କ ନେଟୱର୍କ 
- ମାନବ ଅଙ୍ଗ ତସ୍କରୀରେ ଲିପ୍ତ ଥିବା ସନ୍ଦେହ
- ଚିକିତ୍ସା ଉପକରଣ ଚୋରା କାରବାର କରୁଥିବା ସନ୍ଦେହ
- ଜଣେ ମାଫିଆ ଓ ବେଶ ପ୍ରଭାବଶାଳୀ ବ୍ୟକ୍ତି ସନ୍ଦୀପ ଘୋଷ 
- ଅନ୍ୟାନ୍ୟ ସରକାରୀ ଘରୋଇ ହସ୍ପିଟାଲରେ ମଧ୍ୟ ଥିଲା ତାଙ୍କ ହାତ
- ଛାତ୍ରଛାତ୍ରୀଙ୍କଠାରୁ ଲାଞ୍ଚ ନେଉଥିବା ଅଭିଯୋଗ
- ବେଆଇନ ଅର୍ଥ କାରବାରରେ ମଧ୍ୟ ଥିଲା ସମ୍ପୃକ୍ତି
- ସବୁ ସ୍ଥାନରୁ ଲକ୍ଷାଧିକ ଟଙ୍କା କମିଶନ ନେଉଥିଲେ