କନକ ବ୍ୟୁରୋ: କୋଲକତା ଆରଜି କର ମେଡିକାଲ ଓ ହସ୍ପିଟାଲର ଡାକ୍ତର ଦୁଷ୍କର୍ମ ଓ ହତ୍ୟା ମାମଲାରେ ବଡ ଖବର ସାମ୍ନାକୁ ଆସୁଛି । ମାମଲାରେ କୋଲକାତା ପୂର୍ବତନ ପୁଲିସ କମିଶନର ବିନିତ ଗୋଏଲଙ୍କ ସମ୍ପୃକ୍ତି ଥିବା ନେଇ ଦାବି କରିଛି ମୁଖ୍ୟ ଅଭିଯୁକ୍ତ ସଂଜୟ ରୟ । କୋର୍ଟରେ ହାଜର ହେବା ପରେ ସଂଜୟକୁ ଜେଲ ନିଆଯାଉଥିବାବେଳେ ଗଣମାଧ୍ୟକୁ ଏଭଳି ବିସ୍ଫୋରକ ବୟାନ ଦେଇଛି । ଏଥିସହ ସଂଜୟ କହିଛି ତାକୁ ଜାଣିଶୁଣି ଫଶାଯାଇଛି । ମୁହଁ ନଖୋଲିବାକୁ ଦମକ ଦିଆଯାଉଛି । ଅନ୍ୟପଟେ ସିବିଆଇ ଚାର୍ଜସିଟରେ ସଂଜୟ ହିଁ ଏକମାତ୍ର ମୁଖ୍ୟ ଅଭିଯୁକ୍ତ ଦର୍ଶାଯାଇଛି ।