କନକ ବ୍ୟୁରୋ: “ଆରଜି କର କଲେଜରେ ରହିବାକୁ ଡର ଲାଗୁଛି, ଅସୁରକ୍ଷିତ ଅନୁଭବ ହେଉଛି, ତେଣୁ କଲେଜ ଛାଡୁଛୁ...” । ଏଭଳି କିଛି ଆଶଙ୍କା ଓ ଭୟ ଭିତରେ କୋଲକାତାର ସବୁଠୁ ପୁରୁଣା ଓ ବଡ ମେଡିକାଲ କଲେଜ ଓ ହସ୍ପିଟାଲ ଛାଡୁଛନ୍ତି ମହିଳା ଡାକ୍ତର ଓ ନର୍ସ । ଅଗଷ୍ଟ ୯ ଟ୍ରେନି ମହିଳା ଡାକ୍ତରଙ୍କ ସହ ଦୁଷ୍କର୍ମ ଓ ବିଭତ୍ସ ହତ୍ୟା ଘଟଣା ସାରା ଦେଶକୁ ଦୋହଲାଇଦେଇଛି । କ୍ୟାମ୍ପସ ଭିତରର କଳାକାହାଣୀକୁ ନେଇ ଅନେକ ଚାଞ୍ଚଲ୍ୟକର ଖୁଲାସା ହେବାରେ ଲାଗିଛି । ଏହା ଭିତରେ ଅସୁରକ୍ଷିତ ମନେ କରି କଲେଜ ଛାଡୁଛନ୍ତି ଟ୍ରେନି ଡାକ୍ତର ।

Advertisment

ସୂଚନା ଅନୁସାରେ ୧୬୦ଜଣଙ୍କ ମଧ୍ୟରୁ ଏବେ କେବଳ ୧୬ଜଣ ମହିଳା ଡାକ୍ତର ଅଛନ୍ତି । କଲେଜ ସମସ୍ତ ହଷ୍ଟେଲ ଖାଲି ପଡିଛି । ୭ଶହରୁ ଅଧିକ ରେସିଡେଣ୍ଟ ଡକ୍ଟରଙ୍କ ମଧ୍ୟରୁ ୩୦ରୁ ୪୦ଜଣ ମହିଳା ଡାକ୍ତର ଓ ୬୦ରୁ ୭୦ ପୁରୁଷ ଡାକ୍ତର ରହୁଥିଲେ । ତେବେ ଅଗଷ୍ଟ ୧୪ ଭଙ୍ଗାରୁଜା ଘଟଣା ପରେ ଧିରେ ଧିରେ ଖାଲି ହେଉଛି କଲେଜ କ୍ୟାମ୍ପସ ।

  • ଜୁନିୟର ଡାକ୍ତରଙ୍କୁ ଭେଟିବ ସିବିଆଇ
  • କୋଲକାତାରେ ଚାଲିଛି ଆନ୍ଦାଳନ

ସାରା ଦେଶରେ ବିରୋଧର ସ୍ୱର, ନ୍ୟାୟ ପାଇଁ ଦାବି । ସୁପ୍ରିମକୋର୍ଟଙ୍କ ଅପିଲ ପରେ ଯଦିଓ ବିଭିନ୍ନ ରାଜ୍ୟର ଡାକ୍ତର ସଂଘ ଆନ୍ଦୋଳନରୁ ଓହରିଛନ୍ତି  ତଥାପି କୋଲକାତାରେ ଚାଲିଛି ବିକ୍ଷୋଭ । ।  ସେପଟେ ଜୁନିୟର ଡାକ୍ତରଙ୍କ ଆଜି ଭେଟିବ ସିବିଆଇ । ସେପଟେ ମାଷ୍ଟରମାଇଣ୍ଡ କୁହାଯାଉଥିବା ସଂଜୟ ରୟକୁ ଯିଏ ହତ୍ୟା କରିବ ତାକୁ ୫୦ଲକ୍ଷ ଟଙ୍କା ଇନାମ ରାଶି ନେଇ ପଟନାର ବିଭିନ୍ନ ସ୍ଥାନରେ ପୋଷ୍ଟର ଲଗାଇଛି ହିନ୍ଦୁ ଭବାନୀ ସେନା ।

ସେପଟେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ଆରଜି କର କଲେଜର ପୂର୍ବତନ ପ୍ରିନ୍ସପାଲ ସନ୍ଦୀପ ଘୋଷ ଓ ଅନ୍ୟ ୪ ଟ୍ରେନି ଡାକ୍ତରଙ୍କ ହେବ ପଲିଗ୍ରାଫ ଟେଷ୍ଟ । ମାଷ୍ଟର ମାଇଣ୍ଡ କୁହାଯାଉଥିବା ସଂଜୟ ରୟର ମଧ୍ୟ ମିଛ ଧରା ପରୀକ୍ଷା କରାଯିବ । ସବୁ ଦିଗରୁ ଯାଞ୍ଚ କରୁଛନ୍ତି ସିବିଆଇ ଓ କୋଲକାତା ପୁଲିସ । ଅନ୍ୟପଟେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦଙ୍କୁ ଚିଠି ଲେଖିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ଦେଶରେ ମହିଳାଙ୍କ ପ୍ରତି ହେଉଥିବା ହିଂସା ସଂମ୍ପର୍କରେ ଉଦବେଗ ପ୍ରକାଶ କରିବା ସହ ଦୁଷ୍କର୍ମ ବିରୋଧରେ କଠୋର ଆଇନ ଆଣିବାକୁ ସେ ପ୍ରଧାନମନ୍ତ୍ରୀଙ୍କ ନିକଟରେ ଦାବି ରଖିଛନ୍ତି ।

ଗତକାଲି ଶୁଣାଣି ସମୟରେ କୋର୍ଟରେ ସିବିଆଇ ଷ୍ଟାଟସ ରିପୋର୍ଟ ଦାଖଲ କରିବା ସହ କହିଛି ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ କରାଯାଇନି । ତଥାପି ସେଦିନର ଛାତିଥର ଘଟଣାରେ କିଏ କିଏ ସମ୍ପୃକ୍ତ? ଅପରାଧୀର ବୟାନ ସତ ନା ମିଛ? ପ୍ରକୃତରେ ଅଗଷ୍ଟ ୯ରେ କ’ଣ ଘଟିଥିଲା ? ମାମଲାରେ କେବଳ ସଂଜୟ ରୟ ସଂଶ୍ଲିଷ୍ଟ ନା ଆଉ କେଉଁମାନେ ରହିଛନ୍ତି ? ସେସବୁ ସତ ସାମ୍ନାକୁ ଆଣିବାକୁ ସିବିଆଇ ଓ କୋଲାକତା ପୁଲିସ ସବୁ ଦିଗରୁ ତଦନ୍ତ ଚଳାଇଛି ।