କନକବ୍ୟୁରୋ : ରାଷ୍ଟ୍ରପତି ଓ ରାଜ୍ୟପାଳମାନେ ୩ମାସ ମଧ୍ୟରେ ଗୃହୀତ ବିଲକୁ ସୀକୃତି ଦେବାକୁ ସୁପ୍ରିମକୋର୍ଟ ଦେଇଥିବା ରାୟ ବିରୋଧରେ କେନ୍ଦ୍ର ସରକାର ରିଭ୍ୟୁ ପିଟିସନ ଦାଖଲ କରିପାରନ୍ତି  । ଏ ସମ୍ପର୍କରେ ରାଷ୍ଟ୍ରପତିଙ୍କ ପକ୍ଷ ସୁପ୍ରିମକୋର୍ଟରେ ଠିକ ଭାବେ ଉପସ୍ଥାପିତ ହୋଇନଥିବା ରିଭ୍ୟୁ ପିଟିସନରେ ମୁଖ୍ୟ କାରଣ ହୋଇପାରେ 

Advertisment

ଗତ ୮ତାରିଖରେ ରାଜ୍ୟପାଳମାନଙ୍କ ଦ୍ବାରା ବିଧାନସଭାରେ ଗୃହିତ ବିଲକୁ ମାନ୍ୟତା ଦେବା ନେଇ ସୁପ୍ରିମକୋର୍ଟ ଗାଇଡଲାଇନ ଜାରି କରିଥିଲେ  ।  ଏଥିରେ ୩ମାସ ମଧ୍ୟରେ ରାଜ୍ୟପାଳମାନେ ବିଲକୁ ସୀକୃତି ଦେବା କିମ୍ବା କାରଣ ଦର୍ଶାଇ ବିଧାନସଭାକୁ ଫେରାଇଦେବେ ବୋଲି ଏହି ଗାଇଡଲାଇନରେ ଉଲ୍ଲେଖ ରହିଛି  ।  

ଅନିଦ୍ଦିଷ୍ଟ ସମୟ ପର୍ଯ୍ୟନ୍ତ ରାଜ୍ୟପାଳ ମାନେ ବିଲକୁ ପକାଇ ରଖିପାରିବେନି ବୋଲି ସୁପ୍ରିମକୋର୍ଟ ତାଙ୍କ ରାୟରେ ଉଲ୍ଲେଖ କରିଥିଲେ । ଏଥିପାଇଁ ତାମିଲନାଡୁ ରାଜ୍ୟପାଳ ଆରଏନ ରବିଙ୍କୁ କୋର୍ଟ ତୀବ୍ର ଭର୍ସନା ମଧ୍ୟ କରିଥିଲେ ।  ଏଥିସହ  ରାଷ୍ଟ୍ରପତି ମଧ୍ୟ ବିଲ ସମ୍ପର୍କରେ ୩ମାସ ମଧ୍ୟରେ ନିଷ୍ପତ୍ତି ନେବାକୁ ରାୟ ଶୁଣାଇଥିଲେ  ।  ଏଥିରେ ରାଷ୍ଟ୍ରପତିଙ୍କ କୌଣସି ଭୋଟ କ୍ଷମତା ନାହିଁ ବୋଲି କୋର୍ଟ ସ୍ପଷ୍ଟ କରିଥିଲେ ।

 ତେବେ ସୁପ୍ରିମକୋର୍ଟଙ୍କ ରାୟ ଉପରେ ରିଭ୍ୟୁ ପିଟିସନ ଦାଖଲ କରିପାରନ୍ତି କେନ୍ଦ୍ର ସରକାର  ।  ମାତ୍ର ୩ ମାସ ସମୟ ସୀମା କିମ୍ବା ପୂରା ରାୟର ରିଭ୍ୟୁ ପିଟିସନ ଦାଖଲ କରାଯିବ ଏନେଇ କୌଣସି ସ୍ପଷ୍ଟ ଚିତ୍ର ମିଳିପାରିନି  ।  

ଏହା ସହିତ ବିଲ୍‌କୁ ମାନ୍ୟତା ନେବା ନେଇ ରାଷ୍ଟ୍ରପତିଙ୍କ ଭୋଟ କ୍ଷମତା ଉପରେ ଆସିଥିବା ରାୟକୁ ମଧ୍ୟ ରିଭ୍ୟୁ ପିଟିସନ୍‌ରେ ଉଲ୍ଲେଖ କରାଯାଇପାରେ  ।  ଏହା ମଧ୍ୟ ହୋଇପାରେ କି ପୂରା ଘଟଣା କ୍ରମରେ ରାଷ୍ଟ୍ରପତି କିମ୍ବା କେନ୍ଦ୍ର ସରକାରଙ୍କ ପକ୍ଷ ଠିକ୍‌ ଭାବେ ଉଲ୍ଲେଖ ହୋଇନି ଦର୍ଶାଇ ରିଭ୍ୟୁ ପିଟିସନ ଦାଖଲ ହୋଇପାରେ  ।  

ଏଥିସହ ଏହାକୁ ଏକ ବୃହତର ଖଣ୍ଡପୀଠକୁ ବିଚାର ପାଇଁ ପ୍ରାର୍ଥନା କରାଯାଇ ପାରେ । ପ୍ରଥମଥର ପାଇଁ କୋର୍ଟଙ୍କ ରାୟ, ରାଜ୍ୟପାଳ ଓ ରାଷ୍ଟ୍ରପତିଙ୍କ ବିନା ସୀକୃତିରେ ୧୦ଟି ବିଲକୁ ଆଇନରେ ପରିଣତ ହୋଇଛି  । ଯାହାକୁ ନେଇ କେରଳ ରାଜ୍ୟପାଳ ଆର-ଆରଲେକମ ଭାନୁମତି ପେଡି ଖୋଲିବ ବୋଲି ମତ ଦେଇଥିଲେ