କନକ ବ୍ୟୁରୋ: ମନ୍ତ୍ରୀଙ୍କ ତାଗିଦ ସତ୍ତ୍ୱେ ରାଜସ୍ୱ ଅମଲା ସଂଘର ଆନ୍ଦୋଳନ ଜାରି ରହିଛି । ଆଜି ଅମଲାଙ୍କ ଆନ୍ଦୋଳନ ୧୫ଦିନରେ ପହଞ୍ଚିଛି । ଲୋକ ରାଜସ୍ୱ କାମରେ କାର୍ଯ୍ୟାଳୟକୁ ଆସି ହଇରାଣ ହେଉଛନ୍ତି । ଅମଲାମାନେ ଆନ୍ଦୋଳନରେ ବସିଥିବାରୁ ସାରା ରାଜ୍ୟରେ ରାଜସ୍ୱ ବିଭାଗର କାମ ଏକପ୍ରକାର ଅଚଳ ହୋଇପଡିଛି । ଗତକାଲି ନବରଙ୍ଗପୁରରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ମନ୍ତ୍ରୀ ସୁରେଶ ପୂଜାରୀ କହିଥିଲେ ରାଜସ୍ୱ ଅମଲା ସଂଘର କର୍ମକର୍ତ୍ତା ତାଙ୍କ ସହ ଆଲୋଚନା କରିଛନ୍ତି । ଆଜି ଆନ୍ଦୋଳନରୁ ଓହରିବେ ବୋଲି କହିଥିଲେ ସୁରେଶ ପୂଜାରୀ । ଏହାଛଡ଼ା ଆନ୍ଦୋଳନ ପଛରେ ରାଜନୈତିକ ଦଳଙ୍କ ସଂପୃକ୍ତି ଅଛି ବୋଲି କହିଥିଲେ ମନ୍ତ୍ରୀ । ଯାହାକୁ ନେଇ ଅମଲା ସଂଘ ତୀବ୍ର ପ୍ରତିକ୍ରିୟା ପ୍ରକାଶ  କରିଥିଲେ ।