ଲାଞ୍ଚ ନେଇ ନିଲମ୍ବିତ ହେଲେ ରାଜସ୍ୱ ନୀରିକ୍ଷକ, କାମ ଲୋଭରେ ଟଙ୍କା ଦେଇ ନିରାଶ ଲୋକ

ତତ୍କାଳୀନ ଆରଆଇ କାହ୍ନୁଚରଣ ସ୍ୱାଇଁ ସରକାରୀ ସେବା ନାଁରେ ହଜାର ହଜାର ଟଙ୍କା ଲାଞ୍ଚ ନେଉଥିଲେ । ଲାଞ୍ଚ କାରବାରର ସବୁ ସୀମା ଟପି ଯାଇଥିଲେ କାହ୍ନୁ ଚରଣ । ମହୁପଦର ଓ କମାରଗୁଡା ପଞ୍ଚାୟତର ୧୨୩ ଜଣଙ୍କଠାରୁ ୬ ଲକ୍ଷ ୩୪ହଜାର ୨୫୦ ଟଙ୍କା ଲାଞ୍ଚ ନେଇଥିବା ଅଭିଯୋଗ ହୋଇଛି । ଏହି ଅଭିଯୋଗରେ କାହ୍ନୁ ଚରଣ ସସପେଣ୍ଡ ହୋଇଛନ୍ତି । କିନ୍ତୁ ଟଙ୍କା ଫେରି ପାଇବା ପାଇଁ ଲୋକ ଜିଲ୍ଲାପାଳଙ୍କ ପର୍ଯ୍ୟନ୍ତ ଗୁହାରି କରି ହତାଶ ହୋଇ ପଡ଼ିଲେଣି। 

þZKòZòKþqþ

କନକ ବ୍ୟୁରୋ : ମାଲକାନଗିରି ଜିଲ୍ଲା ଗୋଲିଆଗୁଡା ଗାଁର ଦେବା ମାଢ଼ୀଙ୍କୁ ଜଙ୍ଗଲ ଜମିପଟ୍ଟା ଦେବା ପାଇଁ ମାଥିଲି ତହସିଲ ଅନ୍ତର୍ଗତ ମହୁପଦରର ତତ୍କାଳୀନ ଆରଆଇ କାହ୍ନୁଚରଣ ସ୍ୱାଇଁ ୪୦ ହଜାର ଟଙ୍କା ନେଇଥିଲେ। ଏଇ ଗୋଟିଏ ଘଟଣା ନୁହେଁ, ଜମି ସଂକ୍ରାନ୍ତ ବିଭିନ୍ନ କାମ ପାଇଁ ତତ୍କାଳୀନ ଆରଆଇ କାହ୍ନୁ ଚରଣ ସ୍ବାଇଁ ଲୋକଙ୍କଠାରୁ ହଜାର ହଜାର ଟଙ୍କା ନେଇଥିବା ଅଭିଯୋଗରେ ନିଲମ୍ବିତ ହୋଇଛନ୍ତି । କିନ୍ତୁ ଅଧିକ ତଦନ୍ତ ଓ କାର୍ଯ୍ୟାନୁଷ୍ଠାନ ହୋଇନାହିଁ । 

ତତ୍କାଳୀନ ଆରଆଇ କାହ୍ନୁଚରଣ ସ୍ୱାଇଁ ସରକାରୀ ସେବା ନାଁରେ ହଜାର ହଜାର ଟଙ୍କା ଲାଞ୍ଚ ନେଉଥିଲେ । ଲାଞ୍ଚ କାରବାରର ସବୁ ସୀମା ଟପି ଯାଇଥିଲେ କାହ୍ନୁ ଚରଣ । ମହୁପଦର ଓ କମାରଗୁଡା ପଞ୍ଚାୟତର ୧୨୩ ଜଣଙ୍କଠାରୁ ୬ ଲକ୍ଷ ୩୪ହଜାର ୨୫୦ ଟଙ୍କା ଲାଞ୍ଚ ନେଇଥିବା ଅଭିଯୋଗ ହୋଇଛି । ଏହି ଅଭିଯୋଗରେ କାହ୍ନୁ ଚରଣ ସସପେଣ୍ଡ ହୋଇଛନ୍ତି । କିନ୍ତୁ ଟଙ୍କା ଫେରି ପାଇବା ପାଇଁ ଲୋକ ଜିଲ୍ଲାପାଳଙ୍କ ପର୍ଯ୍ୟନ୍ତ ଗୁହାରି କରି ହତାଶ ହୋଇ ପଡ଼ିଲେଣି। 

 ଲୋକଙ୍କୁ  ଶୀଘ୍ର ଟଙ୍କା ଫେରାଇବା ବ୍ୟବସ୍ଥା କରା ନଗଲେ ମାଲକାନଗିରି ଜିଲ୍ଲା ଆଦିବାସୀ ସଂଘ ଆନ୍ଦୋଳନ ଚେତାବନୀ ଦେଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe