କନକ ବ୍ୟୁରୋ: ରାଜ୍ୟରେ ବିଶେଷ କରି ଉତ୍ତର ଓଡିଶାରେ ତାଣ୍ଡବ ରଚିଛି କାଳବୈଶାଖୀ । ବ୍ୟାପକ କ୍ଷୟକ୍ଷତି ହୋଇଛି । ମୟୂରଭଞ୍ଜ ଜିଲ୍ଲା ଗସ୍ତରେ ଯିବେ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ । ଏହି ଗସ୍ତ ସମୟରେ ସେ ଜିଲ୍ଲାର ବିଭିନ୍ନ ସ୍ଥାନରେ ବୁଲି କାଳବୈଶାଖୀ କ୍ଷୟକ୍ଷତିର ସ୍ଥିତି ସମୀକ୍ଷା କରିବେ । କାଳବୈଶାଖୀ ବର୍ଷାରେ ଜିଲ୍ଲାର ବାଙ୍ଗରିପୋଷୀ, ବିଶୋଇ, କୁଳିଅଣା, ସାରସକଣା ଓ କରଞ୍ଜିଆ ବ୍ଲକର ମୋଟ ୧୯ଟି ଗ୍ରାମପଞ୍ଚାୟତର ୪୭ଟି ଗ୍ରାମର ୪୭୭୫ ଲୋକ ପ୍ରଭାବିତ ହୋଇଛନ୍ତି । ଏଥିରେ ୩୫୦ଟି କଚ୍ଚା ଘର ସମ୍ପୂର୍ଣ୍ଣ ଭାବେ ନଷ୍ଟ ହୋଇଥବା ବେଳେ ୧୧ଟି କଚ୍ଚାଘର ଭାଙ୍ଗିରୁଜି ଯାଇଛି। ୨୯୫ ଟି କଚ୍ଚା ଘର ଆଂଶିକ ଭାବେ ନଷ୍ଟ ହୋଇଥିବା ବେଳେ ୪ଗୋଟି ଗାଈ ଗୁହାଳ ଘର ନଷ୍ଟ ହୋଇଛି । ଏହାବ୍ୟତୀତ କୁଆପଥର ବର୍ଷା ଯୋଗୁଁ ଫସଲ ନଷ୍ଟ ହୋଇଛି।
କାଳବୈଶାଖୀରେ ୪୭ ଗାଁ ପ୍ରଭାବିତ ; କ୍ଷୟକ୍ଷତି ଅନୁଧ୍ୟାନ ପାଇଁ ମୟୂରଭଞ୍ଜ ଯିବେ ରାଜସ୍ବମନ୍ତ୍ରୀ
କାଳବୈଶାଖୀ ରଚିଲା ତାଣ୍ଡବ ; ୪୭ଗାଁର ୪ହଜାରରୁ ଅଧିକ ଲୋକ ପ୍ରଭାବିତ। କ୍ଷୟକ୍ଷତି ଅନୁଧ୍ୟାନ ପାଇଁ ଆଜି ମୟୂରଭଞ୍ଜ ଗସ୍ତରେ ଯିବେ ରାଜସ୍ବମନ୍ତ୍ରୀ ।
/kanak/media/media_files/2025/03/22/CXnzC7tIegk579sHxMIC.jpg)