କନକ ବ୍ୟୁରୋ: ବାଲି ମାଫିଆଙ୍କ ଦୌରତ୍ମ୍ୟ ନେଇ ପୂର୍ବ ସରକାରଙ୍କୁ ଦୋଷ ଦେଲେ ରାଜସ୍ବ ମନ୍ତ୍ରୀ ସୁରେଶ ପୂଝାରୀ। କହିଲେ, ପୂର୍ବରୁ ରାଜସ୍ୱ ବିଭାଗରେ ଥିଲା ବାଲି। ହେଲେ କାହିଁକି ବାଲିକୁ ଅଲଗା କରି ଖଣି ବିଭାଗକୁ ଦେଲେ ପୂର୍ବ ସରକାର ଜଣାନାହିଁ। ବାଲି ଖଣିଜ ପଦାର୍ଥର ତାଲିକା ଭୂକ୍ତ ହେଲା କେମିତି? ବାଲି ଖନନ ହୁଏ ନାହିଁ, ସଂଗ୍ରହ ହୁଏ। ଏ ବିଷୟରେ ଅଧ୍ୟୟନ କରାଯାଉଛି। ବାଲି ଚୋରି ଅଭିଯୋଗ ମଧ୍ୟ ହସ୍ତଗତ ହୋଇଛି। ଆଇନ ଉଲଂଘନର ଅଭିଯୋଗ ମଧ୍ୟ ଆସୁଛି। ବାଲି ପରିବହନ ବେଳେ ବଡ଼ ବଡ଼ ଗାଡ଼ି ଦ୍ଵାରା ରାସ୍ତା ଖରାପ ହେଉଛି । ଜଳ ସମ୍ପଦ ବିଭାଗର ମଧ୍ୟ ମତ ନିଆଯାଇଛି। ବାଲି ଚୋରି ରୋକିବା ସହ ଆବଣ୍ଟନ ବ୍ୟବସ୍ଥିତ କରିବା ପାଇଁ ସରକାର ବ୍ୟବସ୍ଥା କରୁଛନ୍ତି ମନ୍ତ୍ରୀ କହିଛନ୍ତି।
ବାଲି ମାଫିଆଙ୍କ ଦୌରାତ୍ମ୍ୟ ପାଇଁ ପୂର୍ବ ସରକାର ଦାୟୀ ; ସୁରେଶ ପୂଜାରୀ
Advertisment
Follow Us