ଅରୁଣ ସାହୁ, ଦିବ୍ୟଶଙ୍କରଙ୍କୁ ରାଜସ୍ୱ ମନ୍ତ୍ରୀଙ୍କ କଟାକ୍ଷ ; ଆରଆଇ, ଅମିନଙ୍କ ପଦବୀ ପୂରଣ ନେଇ ରଖିଲେ ଉତ୍ତର

Advertisment

ରାଜ୍ୟରେ କେତେ ଆରଆଇ, ଅମିନଙ୍କ ପଦବୀ ଖାଲି ପଡିଛି ଏ ଏନେଇ ସରକାର କି ପଦକ୍ଷେପ ଗ୍ରହଣ କରୁଛନ୍ତି ବୋଲି ପ୍ରଶ୍ନ କରିଥିଲେ ବିଧାୟକ ଅରୁଣ ସାହୁ । ଏହାର ଉତ୍ତର ରଖିବାକୁ ଅରୁଣଙ୍କୁ କଟାକ୍ଷ କରିଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ।

Updated On

ରାଜ୍ୟରେ କେତେ ଆରଆଇ, ଅମିନଙ୍କ ପଦବୀ ଖାଲି ପଡିଛି ଏ ଏନେଇ ସରକାର କି ପଦକ୍ଷେପ ଗ୍ରହଣ କରୁଛନ୍ତି ବୋଲି ପ୍ରଶ୍ନ କରିଥିଲେ ବିଧାୟକ ଅରୁଣ ସାହୁ । ଏହାର ଉତ୍ତର ରଖିବାକୁ ଅରୁଣଙ୍କୁ କଟାକ୍ଷ କରିଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ।

ଅଦ୍ୟତନ ହୋଇଛି
suresh

କନକ ବ୍ୟୁରୋ: ରାଜ୍ୟରେ କେତେ ଆରଆଇ, ଅମିନଙ୍କ ପଦବୀ ଖାଲି ପଡିଛି ଏ ଏନେଇ ସରକାର କି ପଦକ୍ଷେପ ଗ୍ରହଣ କରୁଛନ୍ତି ବୋଲି  ପ୍ରଶ୍ନ କରିଥିଲେ ବିଧାୟକ ଅରୁଣ ସାହୁ । ଏହାର ଉତ୍ତର ରଖିବାକୁ ଅରୁଣଙ୍କୁ କଟାକ୍ଷ କରିଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ । 
 

ମନ୍ତ୍ରୀ କହିଛନ୍ତି, ‘ ମୁଁ ବି ଆରଆଇ, ଅମିନଙ୍କ ଖାଲି ପଦବୀର କାରଣ ଖୋଜୁଛି. ହେଲେ ମୁଁ ତ ଏସବୁ କରିନାହିଁ । ଏହା ମୋତେ ପୂର୍ଵ ସରକାରଙ୍କଠାରୁ  ଉତ୍ତରଧିକାରୀ ସୂତ୍ରରେ ମିଳିଛି ।ତେବେ  ପଦବୀ ପୂରଣ ପାଇଁ OSSS କୁ ଵିଜ୍ଞାପନ ଦେଇ ପରୀକ୍ଷା କରି ନିଯୁକ୍ତି କରିବାକୁ କୁହାଯାଇଛି ।‘ପଦବୀ ପୂରଣ ପାଇଁ OSSS କୁ ଵିଜ୍ଞାପନ ଦେଇ ପରୀକ୍ଷା କରି ନିଯୁକ୍ତି କରିବାକୁ କୁହାଯାଇଛି।୭୮୯ RI ,୧୩୮୫ARI,୧୧୬୯ ଅମିନ ପଦବୀ ପୂରଣ ପାଇଁ OSSSକୁ କୁହାଯାଇଛି। ଆରଆଇ ଟ୍ରେନିଂ ଇନଷ୍ଟିଚ୍ୟୁଟ୍ ସଂଖ୍ୟା ବୃଦ୍ଧି କରାଯିବ। ଏବେ ରାଜ୍ୟର ୪ଟି ଇନଷ୍ଟିଚ୍ୟୁଟ ଥିବା ବେଳେ ଜୟପୁର ରେ ଖୁବଶୀଘ୍ର ଆଉ ଗୋଟିଏ ଇନଷ୍ଟିଚ୍ୟୁଟ କାର୍ଯ୍ୟକ୍ଷମ ହେବାକୁ ଯାଉଛି।

ଏହି ପ୍ରସଙ୍ଗରେ ବିଜେଡି ବିଧାୟକ କ୍ୟାପ୍ଟେନ୍ ଦିବ୍ୟଶଙ୍କର ମିଶ୍ର ମଧ୍ୟ ପ୍ରଶ୍ନ ଉଠାଇଥିଲେ । ତାଙ୍କୁ ଠିକଣା ଉତ୍ତର ଦେବାକୁ ପଛାଇନାହାଁନ୍ତି ରାଜସ୍ୱ ମନ୍ତ୍ରୀ । କହିଛନ୍ତି, ‘ ଦିବ୍ୟ ଶଙ୍କର ସମ୍ପର୍କରେ ମୋ ସାନ ଭାଇ  । ଜୀବନର ଲମ୍ବା ସମୟ ମୁଁ ତଳେ ରହିଲି ସେ ଉପରେ ରହିଲେ, ସେ ହେଲିକେପଟର ଚଢ଼ୁଥିଲେ  । ତାଙ୍କ ସାଙ୍ଗରେ ମୁଁ ଯାଇଛି ଦେଖୁଥିଲି ଉପରୁ ଦୂର ବିକ୍ଷଣ ଯନ୍ତ୍ରରେ ତଳକୁ ଦେଖୁଛନ୍ତି ନା ଚ’ଣ କରୁଛନ୍ତି । ତେବେ ଯେଉଁ ଆରଆଇ, ଅମିନ ଅବସରର ନେଲେଣି ସେମାନଙ୍କ ଲିଷ୍ଟ କରିଛୁ ତାଙ୍କର ଫିଡ଼ବେକ ନେବୁ  ।ରାଜସ୍ୱ ବିଭାଗ ହେଉଛି ସବୁ ବିଭାଗର ମୂଳ ବିଭାଗ  । ଦିବ୍ୟ ଶଙ୍କର ବାବୁ ପୂର୍ବରୁ ଏ ପ୍ରସଙ୍ଗକୁ ସମାଧାନ କରିଥିଲେ ଆଜି ହୁଏତ ଏ ସମସ୍ୟା ଓ ପ୍ରଶ୍ନ ମୋ ପାଖକୁ ବୋଝ ହୋଇ ଆସିନଥାନ୍ତା’ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe