କନକ ବ୍ୟୁରୋ : ରାଜ୍ୟରେ କାଳବୈଶାଖୀ ବର୍ଷାରେ ହୋଇଥିବା କ୍ଷୟକ୍ଷତିର ସମୀକ୍ଷା କରିଛନ୍ତି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ । ଅଦିନିଆ ବର୍ଷାରେ ଓଡ଼ିଶାର ଅନେକ ଜାଗାରେ କ୍ଷୟକ୍ଷତି ହୋଇଛି। କ୍ଷୟକ୍ଷତିର ଆକଳନ କରି ୩ ଦିନ ଭିତରେ ରିପୋର୍ଟ ଦେବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଫସଲ ନଷ୍ଟ ରିପୋର୍ଟ ଆସିବା ଆରମ୍ଭ ହେଲାଣି ।
ଖୁବ ଶୀଘ୍ର କ୍ଷତିଗ୍ରସ୍ତ ଚାଷୀଙ୍କୁ ସହାୟତା ଯୋଗାଇ ଦିଆଯିବ ବୋଲି କହିଛନ୍ତି ରାଜସ୍ୱ ମନ୍ତ୍ରୀ । ଅଦିନିଆ ବର୍ଷାରେ ଧାନ ନଷ୍ଟ ପାଇଁ ଇନପୁଟ ସବସିଡି ଦିଆଯିବ। ଆଗାମୀ ମୌସୁମୀ ବର୍ଷାକୁ ନଜରରେ ରଖି ସରକାର ସମ୍ପୂର୍ଣ ପ୍ରସ୍ତୁତ ଥିବା ସୂଚନା ଦେଇଛନ୍ତି ସୁରେଶ ପୂଜାରୀ ।