କନକ ବ୍ୟୁରୋ: ଧନୀକ ଓ ସ୍ୱଚ୍ଛଳ ବର୍ଗର ବ୍ୟକ୍ତି ଜବରଦଖଲ କରିଥିଲା ସରକାରୀ ଜମି ଚିହ୍ନଟ କର। ଆଉ ୩ମାସ ଭିତରେ ଉଚ୍ଛେଦ କର । ଢେଙ୍କାନାଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତି ସଦଭାବନା ସଭାଗୃହରେ ରାଜସ୍ୱ ବିଭାଗ ସଂକ୍ରାନ୍ତୀୟ କାର୍ଯ୍ୟର ସମୀକ୍ଷା କରି ଏହି ନିର୍ଦ୍ଦେଶ ଦେଇଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୁଜାରୀ । ଜବରଦଖଲ ଉଚ୍ଛେଦ କରି ସରକାରୀ ସମ୍ପତ୍ତିକୁ ସୁରକ୍ଷିତ ରଖିବାକୁ ପ୍ରଶାସନିକ ଅଧିକାରୀଙ୍କୁ ସେ ନିର୍ଦ୍ଦେଶ ଦେଇଛନ୍ତି ।
ଖାଲି ସେତିକି ନୁହେଁ ଗରିବ ଓ ଭୂମିହୀନ ବ୍ୟକ୍ତିଙ୍କ ଦଖଲରେ ଥିବା ସରକାରୀ ଜମିକୁ ସେମାନଙ୍କ ନାଁରେ ରେକର୍ଡ କରିବାକୁ କହିଛନ୍ତି ରାଜସ୍ୱ ମନ୍ତ୍ରୀ । ଗସ୍ତ ଅବସରରେ ଢେଙ୍କାନାଳ ଜିଲ୍ଲାରେ ବସୁନ୍ଧରା ଯୋଜନା ଓ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର କାର୍ଯ୍ୟ ସମୀକ୍ଷା କରିଥିଲେ। ବିଭିନ୍ନ ସଂସ୍ଥା ନାମରେ ବିଭିନ୍ନ ପ୍ରକଳ୍ପ ପାଇଁ ମଞ୍ଜୁର ହୋଇ ଅବ୍ୟବହୃତ ହୋଇ ପଡ଼ି ରହିଥିବା ଜମିକୁ ଚିହ୍ନଟ କରି ରିପୋର୍ଟ ଦେବାକୁ ତହସିଲଦାର ମାନଙ୍କୁ କହିଛନ୍ତି । ସରକାରୀ ସଂପତ୍ତିର ସୁରକ୍ଷାରେ ଅବହେଳା କଲେ ସମ୍ପୃକ୍ତ ଅଧିକାରୀଙ୍କ ବିରୋଧୀ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଚ଼େତାବନୀ ଦେଇଛନ୍ତି ମନ୍ତ୍ରୀ ସୁରେଶ ପୂଜାରୀ ।