କନକ ବ୍ୟୁରୋ : ଅମଲା ସଙ୍ଘର ସମୂହ ଛୁଟି ପ୍ରସଙ୍ଗ , ଓହରିବାକୁ ରାଜସ୍ବ ମନ୍ତ୍ରୀଙ୍କ ଅପିଲ । ଆନ୍ଦୋଳନରୁ ନ ଓହରିଲେ ସରକାର ଆବଶ୍ୟକୀୟ ପଦକ୍ଷେପ ନେବେ ବୋଲି ଚେତାବନୀ ଦେଇଛନ୍ତି । ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି, ଲୋକଙ୍କ କାମରେ ଅବହେଳା କଲେ ଦରମା ବନ୍ଦ ରହିବ । ବସିଲେ ସମସ୍ୟାର ସମାଧାନ ବାହାରିବ , କଥା ବାର୍ତ୍ତା ହୋଇଛି । କ୍ୟାଡର ପୁନଃଗଠନ କଥା ରାଜସ୍ବ ବିଭଗ ପାଖକୁ ପଠାଯାଇଛି । ଅପେକ୍ଷା ନ କରି ସମୂହ ଛୁଟି ଗ୍ରହଣୀୟ ନୁହେଁ । ଛୁଟି ବାତିଲ କରିବାକୁ ଜିଲ୍ଲପାଳଙ୍କୁ ନିର୍ଦେଶ ଯାଇଛି । ଅନ୍ୟମାନଙ୍କୁ ଛୁଟି ମଞ୍ଜୁର ହେବ ନାହିଁ ବୋଲି କହିଛନ୍ତି ରାଜସ୍ବମନ୍ତ୍ରୀ ।
ଅନ୍ୟପଟେ ରାଜ୍ୟରେ ଅମଲାଙ୍କ କାମ ବନ୍ଦ ଆନ୍ଦୋଳନ ପ୍ରସଙ୍ଗରେ ସବୁ ଜିଲ୍ଲାପାଳଙ୍କୁ ଅତିରିକ୍ତ ରାଜ୍ୟ ମୁଖ୍ୟ ଶାସନ ସଚିବ ଚିଠି ଲେଖିଛନ୍ତି । ପ୍ରତିବାଦରେ ବସିଥିବା ଅମଲା କର୍ମଚାରୀଙ୍କ ଉପରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କୁହାଯାଇଛି । ପ୍ରତିବାଦରେ ବସିବା ପାଇଁ ଛୁଟି ଦିଆଯିବ ନାହିଁ । ବିନା ପୂର୍ବ ସୂଚନା ଅନୁଯାୟୀ , କାହିଁକି ଏଭଳି କଲେ କାରଣ ଦର୍ଶାଅ ନୋଟିସ ଜାରି ହେବ । କାର୍ଯ୍ୟ ବନ୍ଦ ପ୍ରତିବାଦ ଯୋଗୁଁ ସାଧାରଣ ଲୋକଙ୍କ ସମସ୍ୟା ହେଉଛି । କାମବନ୍ଦ ଆନ୍ଦୋଳନ ଯୋଗୁଁ ଉପସ୍ଥାନରେ ଏହାକୁ ଅନୁପସ୍ଥିତ ଦର୍ଶାଯିବ ବୋଲି କୁହାଯାଇଛି ।