କନକ ବ୍ୟୁରୋ : ଜମି ପଟ୍ଟା ନାଁରେ ଅର୍ଥ ହଡ଼ପ। ନିରୀହ ଲୋକଙ୍କ ଠାରୁ ହଜାର ହଜାର ଟଙ୍କା ନେଇଛନ୍ତି ରାଜସ୍ବ ନିରୀକ୍ଷକ । ପୂର୍ବରୁ ଲାଲ କରିଡର କୁହାଯାଉଥିବା ମାଲକାନଗିରି ମାଥିଲି ବ୍ଲକ ଅନ୍ତର୍ଗତ କମାରପାଲି ଓ ମହୁପଦର ପଞ୍ଚାୟତର ଲୋକଙ୍କୁ ଜମିପଟ୍ଟା ଯୋଗାଇଦେବା, ଭାଗବଣ୍ଟା ଓ ଜଙ୍ଗଲ ଜମି ପଟ୍ଟା ଦେବାକୁ କହି ୪୦ରୁ ୫୦ ହଜାର ଟଙ୍କା ଆଦାୟ କରିଛନ୍ତି ମହୁପଦର ରାଜସ୍ବ ନିରୀକ୍ଷକ କାହ୍ନୁଚରଣ ସ୍ବାଇଁ। ଏମିତି ଅଭିଯୋଗ କରି ଜିଲ୍ଲାପାଳଙ୍କୁ ଭେଟିଛନ୍ତି ତମାମ ଗ୍ରାମବାସୀ। ସାଲିମି ଠାରେ ଜିଲ୍ଲାପାଳଙ୍କ ଅଭିଯୋଗ ପ୍ରକୋଷ୍ଠକୁ ଆସି ନିଜ ଦୁଃଖ ଜଣାଇଛନ୍ତି ନିରୀହ ଆଦିବାସୀ। ଲୋକଙ୍କୁ କିପରି ରାଜସ୍ବ ନିରୀକ୍ଷକ ପଟ୍ଟା କରିବାକୁ କହି ଅର୍ଥ ଓ କୁକୁଡା ମାଗି ନେଉଛନ୍ତି ତାହା ଜଣାଇଛନ୍ତି। ଦେଇଥିବା ଅର୍ଥକୁ ଫେରସ୍ତ ସହ ରାଜସ୍ବ ନିରୀକ୍ଷକଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି ତମାମ ଗ୍ରାମବାସୀ।