କନକ ବ୍ୟୁରୋ :ବାଲି ମାଫିଆ ସାବଧାନ! ବାଲି ଚୋରଙ୍କୁ ଏଣିକି ଛଡା ଯିବ ନାହିଁ । ଏନେଇ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇସାରିଛି । ଏଣିକି ବାଲି ତସ୍କରୀ ରୋକିବାକୁ ନୂଆ ଆଇନ ଅଣା ଯିବା ସହ ବାଲି ମାଫିଆଙ୍କ ବିରୋଧରେ ନିଆ ଯିବା ଦୃଢ଼ କାର୍ଯ୍ୟାନୁଷ୍ଠାନ । ଆଗରୁ ବାଲି ଖାଦାନ ରାଜସ୍ବ ବିଭାଗ ଅଧୀନରେ ଆସୁଥିଲା । ପୂର୍ବ ସରକାର ଏହାକୁ ମାଇନ୍ସ ବିଭାଗକୁ ଆଣିଲେ । ଏବେ ମାଇନ୍ସ ବିଭାଗରେ କର୍ମଚାରୀ ଅଭାବକୁ ଦୂର କରିବା ସହ ନୂଆ ଇନ୍ଫ୍ରାଷ୍ଟକଚର ତିଆରି ପାଇଁ ଲାଗିଛନ୍ତି ରାଜ୍ୟ ସରକାର ।
ନୂଆ ସରକାର ଆସିବାର ଆଠ ମାସ ଭିତରର ବାଲିରୁ ଆସୁଥିବା ରାଜସ୍ୱରେ ବୃଦ୍ଧି ଘଟିଛି । ଆଗକୁ ବାଲି ଭଳି ଉତ୍ସରୁ ଆସୁଥିବା ରାଜସ୍ବର ଅଭିବୃଦ୍ଧି ଘଟିବା ସହ ବାଲି ମାଫିଆଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଆଜି ରାଉରକେଲା ହକି ଭିଲେଜରେ ଆୟୋଜିତ ବୁଦ୍ଧିଜୀବି ସମ୍ମିଳନୀରେ ମୁଖ୍ୟ ବକ୍ତା ଭାବରେ ଯୋଗ ଦେଇ କହିଛନ୍ତି ରାଜସ୍ବ ବିପର୍ଯୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/02/11/2025-02-11t080152817z.jpg)