ଆମଲାଙ୍କୁ କଡ଼ା ତାଗିଦ୍ ; ଆନ୍ଦୋଳନରତ କର୍ମଚାରୀଙ୍କୁ ଉପରେ କାର୍ଯ୍ୟାନୁଷ୍ଠାନ ନେବାକୁ ରାଜସ୍ବ ବିଭାଗର ନିର୍ଦ୍ଦେଶ

ଆନ୍ଦୋଳନରତ ଅମଲାଙ୍କୁ ରାଜସ୍ବ ବିଭାଗର ନାଲିଆଖି ।  ଧାରଣାରେ ଥିବା ରାଜସ୍ବ କର୍ମଚାରୀଙ୍କ ଉପରେ ହେବ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ, ସବୁ ଜିଲ୍ଲାପାଳଙ୍କୁ ଚିଠି ଲେଖିଲା ରାଜସ୍ବ ଓ ବିପର୍ଯ୍ୟୟ ପରିଚଳାନା ବିଭାଗ ।  ଛୁଟିରେ ଯାଇଥିବା ସମସ୍ତ କର୍ମଚାରୀଙ୍କ ତାଲିକା ଦେବାକୁ ନିର୍ଦ୍ଦେଶ  ।

03

କନକ ବ୍ୟୁରୋ: ପୁଣି ଅମଲାଙ୍କୁ ରାଜସ୍ବ ବିଭାଗର ନାଲିଆଖି । ଧାରଣାରେ ଥିବା ରାଜସ୍ବ କର୍ମଚାରୀଙ୍କ ଉପରେ ହେବ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ । ଏନେଇ  ସବୁ ଜିଲ୍ଲାପାଳଙ୍କୁ ଚିଠି ଲେଖିଲା ରାଜସ୍ବ ଓ ବିପର୍ଯ୍ୟନ ପରିଚଳାନା ବିଭାଗ ।  ଛୁଟିରେ ଯାଇଥିବା ସମସ୍ତ କର୍ମଚାରୀଙ୍କ ତାଲିକା ଦେବାକୁ ନିର୍ଦ୍ଦେଶ ଦେଲା ବିଭାଗ ।  ବାରମ୍ବାର ତାଗିଦ ସତ୍ତ୍ୱେ ଵି କାମରେ ଯୋଗ ଦେଇନାହାନ୍ତି ରାଜସ୍ବ ଅମଲା ସଂଘ । ଦାବି ପୂରଣ ନେଇ ସାମୁହିକ ଛୁଟିରେ ଯାଇଥିବା କର୍ମଚାରୀଙ୍କ ଉପରେ ଶୁଙ୍ଖଳାଗତ କାର୍ଯ୍ୟନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦେଇଛି ବିଭାଗ । ପୂର୍ବରୁ ଛୁଟି ବାତିଲ କରିଥିଲେ ମଧ୍ୟ କାର୍ଯ୍ୟରେ ଯୋଗ ଦେଇନଥିଲେ କର୍ମଚାରୀ । ଫଳରେ ସାଧାରଣ ଜନତା ନାହିଁନଥିବା ଅସୁବିଧା ଭୋଗୁଛନ୍ତି ।ତେଣୁ ବିଭାଗ ବାଧ୍ୟହୋଇ କଡ଼ା ଆଭିମୁଖ୍ୟ ଗ୍ରହଣ କରିଥିବା କୁହାଯାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe