କନକ ବ୍ୟୁରୋ: ପୁଣି ଅମଲାଙ୍କୁ ରାଜସ୍ବ ବିଭାଗର ନାଲିଆଖି । ଧାରଣାରେ ଥିବା ରାଜସ୍ବ କର୍ମଚାରୀଙ୍କ ଉପରେ ହେବ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ । ଏନେଇ  ସବୁ ଜିଲ୍ଲାପାଳଙ୍କୁ ଚିଠି ଲେଖିଲା ରାଜସ୍ବ ଓ ବିପର୍ଯ୍ୟନ ପରିଚଳାନା ବିଭାଗ ।  ଛୁଟିରେ ଯାଇଥିବା ସମସ୍ତ କର୍ମଚାରୀଙ୍କ ତାଲିକା ଦେବାକୁ ନିର୍ଦ୍ଦେଶ ଦେଲା ବିଭାଗ ।  ବାରମ୍ବାର ତାଗିଦ ସତ୍ତ୍ୱେ ଵି କାମରେ ଯୋଗ ଦେଇନାହାନ୍ତି ରାଜସ୍ବ ଅମଲା ସଂଘ । ଦାବି ପୂରଣ ନେଇ ସାମୁହିକ ଛୁଟିରେ ଯାଇଥିବା କର୍ମଚାରୀଙ୍କ ଉପରେ ଶୁଙ୍ଖଳାଗତ କାର୍ଯ୍ୟନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦେଇଛି ବିଭାଗ । ପୂର୍ବରୁ ଛୁଟି ବାତିଲ କରିଥିଲେ ମଧ୍ୟ କାର୍ଯ୍ୟରେ ଯୋଗ ଦେଇନଥିଲେ କର୍ମଚାରୀ । ଫଳରେ ସାଧାରଣ ଜନତା ନାହିଁନଥିବା ଅସୁବିଧା ଭୋଗୁଛନ୍ତି ।ତେଣୁ ବିଭାଗ ବାଧ୍ୟହୋଇ କଡ଼ା ଆଭିମୁଖ୍ୟ ଗ୍ରହଣ କରିଥିବା କୁହାଯାଇଛି ।