କନକ ବ୍ୟୁରୋ : କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ଲକର ବିରୀଗୁଡ଼ା କଲୋନୀର ପ୍ରାୟ ୧୨ଟି ପରିବାର ୫୦ ବର୍ଷରୁ ଅଧିକ ପରିବାର ଗାଁରେ ଘର ଦ୍ୱାର କରି ରହି ଆସୁଛନ୍ତି। ହେଲେ ଆଜି ପର୍ଯ୍ୟନ୍ତ ଘରବାରି ପଟ୍ଟା ପାଇପାରିଲେ ନାହିଁ। ଯାହାକୁ ନେଇ ୨ ଦିନ ଦେଲା ତହସିଲ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ କରିବା ସହ ଧାରଣାରେ ବସି ରହିଥିଲେ ଲୋକେ। ପରେ ଉପଜିଲ୍ଲାପାଳ ଘଟଣାସ୍ଥଳରେ ପହଞ୍ଚି ଆବେଦନ କରିବା ପରେ ପଟ୍ଟା ଦିଆଯିବ ବୋଲି ଦେଇଛନ୍ତି ପ୍ରତିଶ୍ରୁତି ।
ଅଧିକ ପଢ଼ନ୍ତୁ : କାଳବୈଶାଖୀ ବର୍ଷାରେ ବେହାଲ ଲକ୍ଷ୍ମୀପୁର;ଉଡ଼ିଲା ଘରର ଛପର ,ବର୍ଷା ବିଗାଡ଼ିଲା ସ୍ଥିତି
ଆମେ ନୁହେଁ, କହୁଛନ୍ତି ଧାରଣାରେ ବସିଥିବା ଆନ୍ଦୋଳନକାରୀ। ୧୯୭୫ରେ ଲକ୍ଷ୍ମୀପୁର ବ୍ଲକ ବିରୀଗୁଡା କଲୋନୀରେ ଜନବସତି ସ୍ଥାପନ ପାଇଁ ସମନ୍ବୟ ଗୃହ ନିର୍ମାଣ ଯୋଜନାରେ ୪୫ ପରିବାରକୁ ଘର ପାଇଁ ୪ ସେଣ୍ଟ, ଚାଷ ପାଇଁ ୨ ଏକର ଲେଖାଏଁ ଜମି ପ୍ରଦାନ କରାଯାଇଥିଲା। ଅନେକ ବର୍ଷ ତଳୁ ଚାଷ ଜମି ପଟ୍ଟା ମିଳିଛି, କିନ୍ତୁ ଘରବାରି ପଟ୍ଟା ମିଳୁନି । ବର୍ତ୍ତମାନ ୪୫ରୁ ପରିବାର ସଂଖ୍ୟା ବଢ଼ି ୧୨୪ ପହଞ୍ଚିଛି। କଲୋନୀ ନିକଟରେ ଏକ ବୃହତ ଆଲୁମିନା କାରଖାନା ସ୍ଥାପିତ ହେବାକୁ ଯାଉଛି। କିନ୍ତୁ ପଟ୍ଟା ନଥିବାରୁ କାରଖାନା କର୍ତ୍ତୃପକ୍ଷ ବିସ୍ଥାପିତ ଗାଁର ମାନ୍ୟତା ଦେଉନାହାନ୍ତି। ଫଳରେ ସୁବିଧା ସୁଯୋଗରୁ ବଞ୍ଚିତ ହେବେ ଗାଁ ଲୋକ। ତୁରନ୍ତ ପଟ୍ଟା ପ୍ରଦାନ ପାଇଁ ତହସିଲ କାର୍ଯ୍ୟାଳୟ ସାମ୍ନାରେ ଧାରଣାରେ ବସିଥିଲେ ଲୋକେ।
ଅଧିକ ପଢ଼ନ୍ତୁ : ଦୁଇଭାଇଙ୍କ ସମନ୍ୱୀତ କୃଷି । ଗୋଟିଏ ସ୍ଥାନରେ ୭ରୁ ୮ ପ୍ରକାରର ଚାଷ କରୁଛନ୍ତି ରାୟଗଡ଼ା ଗୁମୁଡ଼ା ଲକ୍ଷ୍ମୀପୁର ଗାଁର ତ୍ରିନାଥ ଓ ସନ୍ତୋଷ
କାରଖାନା ପାଇଁ ସରକାର ୨୨ଶହ ଏକର ଜମି ପ୍ରଦାନ କରିଛନ୍ତି। କିନ୍ତୁ ବିରୀଗୁଡା କଲୋନୀର ୧୭୭ ସେଣ୍ଟ ଜମିରେ ବସବାସ କରୁଥିବା ଲୋକଙ୍କୁ କାହିଁକି ପଟ୍ଟା ମିଳୁନି ପ୍ରଶ୍ନ କରିଛନ୍ତି ବିଧାୟକ ପବିତ୍ର ସାଉଁତା। ଅନ୍ୟପଟେ ନୂଆ ସରକାର ପଟ୍ଟା ପ୍ରଦାନ ଉପରେ ରୋକ୍ ଲଗାଇଥିବା କହିଛି ବିଜେଡି। ତେବେ ବସୁନ୍ଧରା ଯୋଜନାରେ ଆବେଦନ ପରେ ତଦନ୍ତ କରାଯାଇ ପଟ୍ଟା ମିଳିବ ବୋଲି କହିଛନ୍ତି କୋରାପୁଟ ଉପଜିଲ୍ଲାପାଳ। ରାଜନୀତି ନକରି କିପରି ସମସ୍ୟାର ସମାଧାନର ବାଟ ବାହାରିପାରିବ ସେ ଦିଗରେ ଉଦ୍ୟମ କରିବା ଜରୁରୀ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2026/01/30/a1-2026-01-30-17-41-57.jpg)