କନକ ବ୍ୟୁରୋ: ନୂଆପଡ଼ା ଉପ ନିର୍ବାଚନରେ ପ୍ରଚାର କରିପାରନ୍ତି ତେଲେଙ୍ଗାନାର ମୁଖ୍ୟମନ୍ତ୍ରୀ । କଂଗ୍ରେସ ପ୍ରାର୍ଥୀ ଘାସିରାମଙ୍କ ପାଇଁ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀ ଭୋଟ୍ ମାଗିବେ । ତେବେ ଆସନ୍ତା  ୭ ତାରିଖରେ ରେବନ୍ତ ରେଡ୍ଡୀ ସାଲେଭଟାରେ ବିଶାଳ ସମାବେଶ କରି ନୂଆପଡ଼ା ଭୋଟରଙ୍କୁ ଭୋଟ୍ ମାଗିପାରନ୍ତି ବୋଲି ସୂଚନା ମିଳିଛି । 

Advertisment

ଆପଣ ଜାଣିଛନ୍ତି ନୂଆପଡ଼ାରେ ଏବେ ଜୋରଦାର ଚାଲିଛି ପ୍ରଚାର । ଭୋଟ୍ ପଡ଼ିବାକୁ ଆଉ ମାତ୍ର କିଛି ଦିନ ବାକିଥିବାବେଳେ, ଏବେ ସବୁ ଦଳ ନିଜ ନିଜର ପ୍ରଚାର ଅଭିଯାନ ଜାରି ରଖିଛନ୍ତି । ଗୋଟିଏ ପଟେ ବିଜେପି ନିଜର ନେତା, ମନ୍ତ୍ରୀଙ୍କୁ ନେଇ ପ୍ରଚାର ଅଭିଯାନ ଚଳାଇଥିବାବେଳେ, ବିଜେଡି ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ଆସନ୍ତା ୩ ତାରିଖର ନବୀନ ନୂଆପଡ଼ା ଯାଇ ସେଠାରେ ବିଜେଡି ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆଙ୍କ ପାଇଁ ଭୋଟ୍ ମାଗିବେ ।  

ଅନ୍ୟପଟେ କଂଗ୍ରେସ ମଧ୍ୟ ନିଜର ବିଧାୟକ ଆଉ ନେତାମାନଙ୍କୁ ନୂଆପଡ଼ାରେ ପ୍ରଚାର ଅଭିଯାନର ଦାୟିତ୍ୱ ଦେଇଛି । ଏଥିପାଇଁ ୪୦ ଜଣିଆ ଷ୍ଟାର ପ୍ରଚାରକ ମଧ୍ୟ ଘୋଷଣା କରାଯାଇଛି । ଆଉ ଏହାରି ଭିତରେ ତେଲେଙ୍ଗାନାର ମୁଖ୍ୟମନ୍ତ୍ରୀ ଥିବା ରେବନ୍ତ ରେଡ୍ଡୀ କଂଗ୍ରେସ ପ୍ରାର୍ଥୀଙ୍କ ପାଇଁ ଭୋଟ୍ ମାଗିବେ ବୋଲି ଜଣାପଡ଼ିଛି ।

ଆଇସିସି ମହିଳା ବିଶ୍ବକପ୍ ଫାଇନାଲ : ପ୍ରଥମ ଥର ଚାମ୍ପିଅନ୍ ଲକ୍ଷ୍ୟରେ ଭାରତ

ନଭେମ୍ବର ୧୧ରେ ପଡ଼ିବ ଭୋଟ୍

ଆପଣ ଜାଣିଥିବେ ଯେ, ଆସନ୍ତା ନଭେମ୍ବର ୧୧ ତାରିଖରେ ପଡ଼ିବାକୁ ଯାଉଛି ନୂଆପଡ଼ା ଭୋଟ୍ । ଯାହାର ରେଜଲ୍ଟ ନଭେମ୍ବର ୧୪ ତାରିଖରେ ଆସିବ । ବିଜେଡିର ଦିବଙ୍ଗତ ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କ ଦେହାନ୍ତ ପରେ ନୂଆପଡ଼ାରେ ଉପ ନିର୍ବାଚନ ଅନୁଷ୍ଠିତ ହେଉଛି । ଯେଉଁଠି କି ବିଜେପି ରାଜେନ୍ଦ୍ର ଢୋଲକିଆଙ୍କ ପୁଅ ଜୟ ଢୋଲକିଆଙ୍କୁ ପ୍ରାର୍ଥୀ କରିଥିବାବେଳେ, ବିଜେଡି ନିଜର ନାରୀ ନେତ୍ରୀ ସ୍ନେହାଙ୍ଗିନୀ ଛୁରିଆଙ୍କ ପ୍ରାର୍ଥୀ କରିଛି । ସେହିପରି କଂଗ୍ରେସ ନିଜର ଲଢୁଆ ସଙ୍ଗଠକ ଘାସିରାମ ମାଝୀଙ୍କୁ କରିଛି ନୂଆପଡ଼ା ପ୍ରାର୍ଥୀ । ତେଣୁ ଦେଖିବାକୁ ବାକି ରହିଲା ଶେଷରେ ନୂଆପଡ଼ାରେ କିଏ ମାରୁଛି ବାଜି?