କନକ ବ୍ୟୁରୋ : ମେଡିକାଲରୁ ଚିକିତ୍ସିତ ହୋଇ ଘରକୁ ଫେରୁଥିଲେ । ଦୁର୍ଘଟଣାରେ ଚାଲିଗଲା ଜୀବନ। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି କଟକ ଜିଲ୍ଲା ନରସିଂହପୁରରେ। ନରସିଂହପୁର ବ୍ଲକ ପାଟଣା ନିକଟରେ ହୋଇଥିବା ଦୁର୍ଘଟଣାରେ ଦୁଇ ବାଇକ୍ ଆରୋହୀଙ୍କ ମୃତ୍ୟୁ ଘଟିଛି । ମୃତ ଯୁବକ ହେଲେ ସଞ୍ଜୟ ନାୟକ ଏବଂ ମିଥୁନ ମୁଖୀ । ସଞ୍ଜୟଙ୍କ ଦେହ ଖରାପ ଥିବାରୁ ସଞ୍ଜୟ ଓ ମିଥୁନ ନରସିଂହପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ଆସିଥିଲେ । ଚିକିତ୍ସିତ ହୋଇ ଘରକୁ ଫେରିବା ସମୟରେ ଛକି ବସିଥିଲା ଯମ। ଶରଧାପୁର ସ୍ଥିତ ପାଟଣା ନିକଟରେ ଦୁଇ ଜଣ ଗଛରେ ପିଟି ହୋଇଥିଲେ । ମୃତ୍ୟୁ ପରେ ବଡ଼ମ୍ବା ବିଧାୟକ ବିଜୟ ଦଳବେହେରା ମେଡିକାଲରେ ପହଞ୍ଚି ଦୁଇ ମୃତକଙ୍କ ପରିବାରକୁ ଭେଟିଥିଲେ ।