ଫେରିବ ମହାପ୍ରଭୁଙ୍କ ଭୂ-ସମ୍ପତ୍ତି, ଜବରଦଖଲକାରୀଙ୍କୁ କବଜାରୁ ମୁକୁଳିବ ଜମି

Advertisment

୬ବର୍ଷରେ ଫେରିଛି ମାତ୍ର ୪ହଜାର ଏକର, କେମିତି ଚିହ୍ନଟ ହେବ ଆଉ ୨୨ହଜାର ଏକର ଜମି ।

୬ବର୍ଷରେ ଫେରିଛି ମାତ୍ର ୪ହଜାର ଏକର, କେମିତି ଚିହ୍ନଟ ହେବ ଆଉ ୨୨ହଜାର ଏକର ଜମି ।

ଫେରିବ ଜଗନ୍ନାଥଙ୍କ ଜମି

ଫେରିବ ଜଗନ୍ନାଥଙ୍କ ଜମି Photograph: (KanakNews)

କନକ ବ୍ୟୁରୋ:  ରାଜ୍ୟ ଭିତରେ ଓ ରାଜ୍ୟ ବାହାରେ ଥିବା ଜଗନ୍ନାଥଙ୍କ ଜମିକୁ ଫେରାଇ ଆଣିବା ପାଇଁ ଆରମ୍ଭ ହୋଇଛି ପ୍ରକ୍ରିୟା । ବୁଧବାର ପରିଚାଳନା କମିଟି ବୈଠକରେ ମହାପ୍ରଭୁଙ୍କ ଜମି ଜମା ପ୍ରସଙ୍ଗରେ ଆଲୋଚନା ହେବା ପରେ ପ୍ରକ୍ରିୟାକୁ ତ୍ବରାନ୍ବିତ କରିଛନ୍ତି ରାଜ୍ୟ ସରକାର । ଏନେଇ ସୂଚନା ଦେଇ ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି, ମହାପ୍ରଭୁଙ୍କ ୫୮ ହଜାର ଏକର ଜମି ରାଜ୍ୟରେ ଏବଂ ରାଜ୍ୟ ବାହାରେ ରହିଛି । ପ୍ରାୟ ୩୭ ହଜାର ଏକର ଜମିର କାଗଜ ପ୍ରସ୍ତୁତ ହୋଇସାରିଛି । ବାକି ଗୁଡ଼ିକର କାଗଜ ପ୍ରସ୍ତୁତ କରାଯାଉଛି। ସରକାର ଏ ଦିଗରେ ତ୍ୱରିତ ପଦକ୍ଷେପ ନେଉଛନ୍ତି । ମହାପ୍ରଭୁଙ୍କର ଯେଉଁଠି ଭୂସମ୍ପତ୍ତି ଅଛି। ତାର ଠିକ୍ ଆକଳନ କିପରି ହୋଇପାରିବ ସେନେଇ ସରକାର ଯୋଜନା ପ୍ରସ୍ତୁତ କରୁଛନ୍ତି । 

ଶ୍ରୀମନ୍ଦିର ସମ୍ପର୍କୀତ ଏକ ମାମଲାର ଶୁଣାଣି କରି ୨୦୧୯ରେ ମହାପ୍ରଭୁଙ୍କ ସମସ୍ତ ସମ୍ପତ୍ତି ଦଖଲକୁ ଆଣିବାକୁ ପ୍ରଶାସନକୁ ନିର୍ଦ୍ଦେଶ ଦେଇଥିଲେ ସୁପ୍ରିମକୋର୍ଟ। କିନ୍ତୁ ୬ ବର୍ଷରେ ଫେରିଛି ମାତ୍ର ୪ ହଜାର ଏକର ସମ୍ପତ୍ତି ।  ଏଯାଏଁ ଠାବ ହୋଇପାରୁନି ଆଉ ୨୨ ହଜାର ଏକର । ଯାହାଫଳରେ ଠାବ ହୋଇପାରିନଥିବା ଜମିରୁ ଆସିବାକୁ ଥିବା ରାଜଭାଗ ମଧ୍ୟ ଆସିପାରୁନି । ତେଣୁ ସରକାରଙ୍କ ପଦକ୍ଷେପକୁ ସ୍ବାଗତ କରିଥିଲେ ବି କେତେ ସଫଳତା ନେଇ ସନ୍ଦେହ ପ୍ରକାଶ କରିଛନ୍ତି ପୁରୀବାସୀ । 
 
 ଏବେ ପ୍ରଶ୍ନ ଉଠୁଛି, ଜବରଦଖଲକାରୀଙ୍କ କବଳରୁ କେବେ ଫେରିବ ମହାପ୍ରଭୁଙ୍କ ଜମି?
କ’ଣ ରହିବ ଜମି ଫେରାଇବା ପ୍ରକ୍ରିୟା?
ଜମି ଫେରିବ ନା ବିକଳ୍ପ ବ୍ୟବସ୍ଥା ହେବ? 
ଘୋଷଣାରେ ରହିଯିବ ନି ତ ମହାପ୍ରଭୁଙ୍କ ଜମି ଫେରିବା ପ୍ରକ୍ରିୟା?

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe