କନକ ବ୍ୟୁରୋ: କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ବ୍ଲକ ଶିଶୁଆ ଗାଁର ଅବସରପ୍ରାପ୍ତ ଶିକ୍ଷକ ଲକ୍ଷ୍ମୀଧର ମିଶ୍ର । ୨୦୧୨ରେ ବିଦ୍ୟାଳୟରେ ପିଲାଙ୍କୁ ଭୂଗୋଳ ପଢ଼ାଇବା ସମୟରେ ତାଙ୍କ ମନକୁ ଆସିଥିଲା ପୁରୁଣା ସ୍ମୃତିକୁ ସାଉଁଟିବା କଥା । ସେବେଠୁ ବିଭିନ୍ନ ଦେଶର ପ୍ରାଚୀନ ଓ ବିଲୁପ୍ତ ଜିନିଷ ପତ୍ର ସହ ପ୍ରାୟ ୩୫ଶହ ଡାକ ଟିକଟ ସଂଗ୍ରହ କରିଛନ୍ତି । ସେସବୁକୁ ନିଜ ଘରେ ଏକ ସଂଗ୍ରହାଳୟ କରି ରଖିଛନ୍ତି ।
ଲକ୍ଷ୍ମୀ ସାରଙ୍କ ମ୍ୟୁଜିୟମ୍ରେ ରହିଛି ସ୍ୱାଧୀନତା ପୂର୍ବ ଓ ପରର ତମ୍ବା ପଇସା, ଫୁଟା ପଇସା, କନିଷ୍କ ମୁଦ୍ରା, ମୋଗଲ ମୁଦ୍ରା, ସେରସାହାଙ୍କ ମୁଦ୍ରା, ଅଣା ଏବଂ ସ୍ୱାଧୀନତା ପରର ସମସ୍ତ ମୁଦ୍ରା, ମହାତ୍ମାଗାନ୍ଧୀଙ୍କ ରୂପା ଦଶ ଟଙ୍କିଆ ମୁଦ୍ରା, ସୂର୍ଯ୍ୟ ପଦ୍ମ କୋଡ଼ିଏ ଟଙ୍କିଆ ରୂପା ମୁଦ୍ରା, ଉଲିୟମ୍, ଭିକଟୋରିଆ, ପଞ୍ଚମ ଜର୍ଜ, ଷଷ୍ଠ ଜର୍ଜଙ୍କ ରୂପା ଏକ ଟାଙ୍କିଆ, ଆଠଣି, ଚାରେଣୀ ରହିଛି । ଏହାସହ ଦେଢ଼ ଦେଶର କାଗଜ ନୋଟ୍କୁ ଅତି ସୁନ୍ଦର ଭାବେ ସାଇତି ରଖିଛନ୍ତି । ବିଭିନ୍ନ ଦେଶର ପ୍ରାଚୀନ ୩୫ଶହ ଡାକ ଟିକେଟ୍ ମଧ୍ୟ ଏଠାରେ ଦେଖିବାକୁ ପାଉଛନ୍ତି ଛାତ୍ରଛାତ୍ରୀ ।
ଅନ୍ୟ ପ୍ରାଚୀନ ସାମଗ୍ରୀ ମଧ୍ୟରେ ୬୦ ପ୍ରକାରର ରେଡିଓ, କାନ୍ଥ ଘଣ୍ଟା, ଟେବୁଲ ଘଣ୍ଟା, କ୍ୟାମେରା, ଟର୍ଚ୍ଚ, ବିଭିନ୍ନ ପ୍ରକାର ବାଦ୍ୟ ଯନ୍ତ୍ର ଯଥା ତବଲା, ବେଞ୍ଜୁ, ଗୀତାର, ବୀଣା, ବଂଶୀ, ଖଞ୍ଜଣୀ ରହିଛି । ଏହାସହ ପ୍ରାଚୀନ ତାଲା, ରୂପା ଗହଣା, କାଳୀ ଦୁଆତ, ଫାଉଣ୍ଟେନ ପେନ ଓ ତଳପତ୍ର ପୋଥି, ଅସ୍ତ୍ରଶସ୍ତ୍ର, ରେଲୱେ ଲାଇଟ୍କୁ ସାଇତି ରଖିଛନ୍ତି ଅବସରପ୍ରାପ୍ତ ଶିକ୍ଷକ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2025/11/02/teacher-2025-11-02-19-26-46.jpg)