ପୁନଃ ଥଇଥାନକୁ ରାଜ୍ୟ ସରକାରଙ୍କ ନା,ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରୁ ହଟିବେ ଅବସରପ୍ରାପ୍ତ ଅଧିକାରୀ ।

Advertisment

ରାଜ୍ୟ ସରକାର ଶ୍ରୀକ୍ଷେତ୍ରକୁ ବିଶ୍ୱର ଅନନ୍ୟ ସହର ଭାବେ ଗଢିବାର ସ୍ୱପ୍ନ ଦେଖୁଥିବା ବେଳେ ଶ୍ରୀମନ୍ଦିର ବିକାଶର ନକ୍ସା ଅଙ୍କା ଯାଉଛି।

ରାଜ୍ୟ ସରକାର ଶ୍ରୀକ୍ଷେତ୍ରକୁ ବିଶ୍ୱର ଅନନ୍ୟ ସହର ଭାବେ ଗଢିବାର ସ୍ୱପ୍ନ ଦେଖୁଥିବା ବେଳେ ଶ୍ରୀମନ୍ଦିର ବିକାଶର ନକ୍ସା ଅଙ୍କା ଯାଉଛି।

puri

କନକବ୍ୟୁରୋ: ରାଜ୍ୟ ସରକାର ଶ୍ରୀକ୍ଷେତ୍ରକୁ ବିଶ୍ୱର ଅନନ୍ୟ ସହର ଭାବେ ଗଢିବାର ସ୍ୱପ୍ନ ଦେଖୁଥିବା ବେଳେ ଶ୍ରୀମନ୍ଦିର ବିକାଶର ନକ୍ସା ଅଙ୍କା ଯାଉଛି। ହେଲେ ଶ୍ରୀମନ୍ଦିର କାର୍ଯ୍ୟାଳୟର ସ୍ଥିତି କୋମା ଅଵସ୍ଥାକୁ ଚାଲିଗଲାଣି। ୨ଶହରୁ ଅଧିକ କର୍ମଚାରୀ ପଦବୀ ଖାଲି ଥିବା ବେଳେ ନୂଆ ନିଯୁକ୍ତି ଦିଆ ନଯାଇ ଆବସରପ୍ରାପ୍ତ ଦୀର୍ଘ ଦିନ ଧରି ବିଭିନ୍ନ ବିଭାଗରେ କାର୍ଯ୍ୟ କରୁଛନ୍ତି। ଏବେ ନୂଆ ରାଜ୍ୟ ସରକାରଙ୍କ ପ୍ରାଥମିକତାରେ ଶ୍ରୀମନ୍ଦିର। ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ନିଯୁକ୍ତି ସ୍ବଚ୍ଛତା ଦିଗରେ ଆରମ୍ଭ ହୋଇଛି ଗୋଟିଏ ପରେ ଗୋଟିଏ ପ୍ରକ୍ରିୟା। ପ୍ରାରମ୍ଭିକ ପର୍ୟ୍ୟାୟରେ ଶ୍ରୀମନ୍ଦିର ପ୍ରଶାସନ କାର୍ୟ୍ୟାଳୟରୁ ଅବସରପ୍ରାପ୍ତ ଅଧିକାରୀ ହଟିବା ନେଇ ପ୍ରକ୍ରିୟା ଆରମ୍ଭ ହୋଇଛି। 

ଦୀର୍ଘ ଦିନ ଧରି ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଅବସର ପରେ ଥଇଥାନ ହୋଇଥିବା ଅଧିକାରୀଙ୍କୁ ହଟାଇବା ପାଇଁ ଦାବି ହୋଇ ଆସୁଥିଲା। ଏବେ ନୂଆ ସରକାରରେ ଏହି ପ୍ରକ୍ରିୟା କରିଛି। ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ ଦାୟିତ୍ବରେ ଥିବା ଅଧିକାରୀ ପୂର୍ବରୁ ଅବସର ନେଇ ସାରିଥିଲେ। ଏବେ ଓଏସଡି ଦାୟିତ୍ବରେ ଅଛନ୍ତି। ପୁଣି ତାଙ୍କୁ ଥଇଥାନ କରି କାର୍ଯ୍ୟକାଳ ବୃଦ୍ଧି କରିବାକୁ ଯୋଜନା ଚାଲିଛି। ଏପରି ସୁପାରିଶକୁ ନାକଚ କରିଛନ୍ତି ରାଜ୍ୟ ସରକାର। ସେପଟେ ଏହି ସଂଖ୍ୟାକୁ ସୀମିତ କରାଯିବା ପାଇଁ ତର୍ଜମା ଓ ପ୍ରକ୍ରିୟାକରଣ ଆରମ୍ଭ ହୋଇଛି ବୋଲି କହିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ। ସେପଟେ ନୂଆ ନିଯୁକ୍ତିକୁ ସ୍ବଚ୍ଛ କରିବା ପାଇଁ ଶ୍ରୀମନ୍ଦିର ପ୍ରଶାସନଠାରୁ ନିଯୁକ୍ତି କ୍ଷମତା ଅପସାରଣ କରିବା ସହ ସରକାରୀ ସ୍ଵୀକୃତି ପ୍ରାପ୍ତ ଏଜେନ୍ସି ମାଧ୍ୟମରେ ନିଯୁକ୍ତି ଦେବାକୁ ନିଷ୍ପତ୍ତି ହୋଇଛି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe