କନକ ବ୍ୟୁରୋ: କନକ ନ୍ୟୁଜର ମହାପ୍ରଭାବ। ଶ୍ରୀମନ୍ଦିର କାର୍ଯ୍ୟାଳୟ ଅବସରପ୍ରାପ୍ତ ଅଧିକାରୀ ଓ କର୍ମଚାରୀଙ୍କୁ ନିଯୁକ୍ତି ମିଳିଥିବା ନେଇ ଖବର ପ୍ରକାଶ ପାଇବା ପରେ ଆକ୍ସନ ମୋଡକୁ ଆସିଛି ଶ୍ରୀମନ୍ଦିର ପ୍ରଶାସନ। ସମସ୍ତ ଅବସରପ୍ରାପ୍ତ ଅଧିକାରୀ ଓ କର୍ମଚାରୀଙ୍କୁ ବିଦା କରିଛି ମନ୍ଦିର ପ୍ରଶାସନ। ଏନେଇ ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ। ପୂର୍ବ ସରକାରରେ ବାରମ୍ବାର ପୁନଃ ନିଯୁକ୍ତି ହେବା ଫଳରେ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ନିଯୁକ୍ତି ସୁଯୋଗ ମଧ୍ୟ ଠପ୍ ହୋଇଯାଇଥିଲା। ଏବେ ବିଜେପି ସରକାର ଏ ନିଯୁକ୍ତି ପ୍ରକ୍ରିୟାରେ ପୂର୍ଣ୍ଣଚ୍ଛେଦ ଟାଣିଛନ୍ତି।
ଶ୍ରୀମନ୍ଦିର କାର୍ଯ୍ୟାଳୟରୁ ଅବସରପ୍ରାପ୍ତ ଅଧିକାରୀ ବିଦା:
- ଶ୍ରୀମନ୍ଦିର କାର୍ଯ୍ୟାଳୟରୁ ପୁନଃ ନିଯୁକ୍ତିପ୍ରାପ୍ତ ଅବସରପ୍ରାପ୍ତ ଅଧିକାରୀ ଓ କର୍ମଚାରୀ ବିଦା
- ମୋଟ ୩୨ ଜଣ ଅବସରପ୍ରାପ୍ତ ଅଧିକାରୀ ଓ କର୍ମଚାରୀଙ୍କୁ କାଢିଲା ଶ୍ରୀମନ୍ଦିର ପ୍ରଶାସନ
- ଗତ ୧୦ ବର୍ଷରେ ଅନେକ ଅଧିକାରୀ ଅବସର ନେବା ପରେ ଓଏସଡି ଭାବେ ମିଳିଥିଲା ପୁନଃ ନିଯୁକ୍ତି
- ଶ୍ରୀମନ୍ଦିର ପାଇଁ ନିଆଯାଉଥିବା ଅନେକ ନିଷ୍ପତ୍ତିରେ ରହୁଥିଲା ଗୁରୁତ୍ୱପୂର୍ଣ୍ଣ ଭୂମିକା
- ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟ ପାଲଟିଥିଲା ଅବସରପ୍ରାପ୍ତ ଅଧିକାରୀଙ୍କ ଥଇଥାନ କେନ୍ଦ୍ର
- ଅବସରପ୍ରାପ୍ତ ଅଧିକାରୀଙ୍କୁ କାହିଁକି ଏତେ ଅନୁକମ୍ପା ଦେଖାଉଥିଲେ ପୂର୍ବ ସରକାର
- ଏବେ ବି ନୀତିକାନ୍ତି କ୍ଷେତ୍ରରେ ଅବସରପ୍ରାପ୍ତ କର୍ମଚାରୀ କରୁଛନ୍ତି କାମ
- ଏବେ ଖାଲି ହେବାକୁ ଥିବା ପଦବୀକୁ ଓଡ଼ିଶା ସବୋର୍ଡିନେଟ୍ ଷ୍ଟାଫ୍ କମିଶନ ଜରିଆରେ ପୂରା କରିବାକୁ ସରକାରଙ୍କୁ ସୁପାରିଶ