କନକ ବ୍ୟୁରୋ: ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ଭୁବନ ଗାଁର ଅବସରପ୍ରାପ୍ତ ସେନା କର୍ମଚାରୀଙ୍କ ନିଆରା ପ୍ରୟାସ । ଚାକିରିରୁ ଅବସର ପରେ ଧର୍ମଶାଳା ଫିଜିକାଲ ଏକାଡେମି ପ୍ରତିଷ୍ଠା କରି ତିନିବର୍ଷ ହେବ ଚଳାଇଛନ୍ତି ସୈନ୍ୟ ତିଆରି ପ୍ରଶିକ୍ଷଣ । ତାଲିମ ନେଉଛନ୍ତି ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଆଗ୍ରହୀ ଯୁବକ ଯୁବତୀ । ସେନା ଓ ପୁଲିସ ବାହିନୀରେ ପାଇଲେଣି ୧୩ ଜଣ ନିଯୁକ୍ତି ।
ଧର୍ମଶାଳା ବ୍ଲକ ଭୁବନ ଗାଁର ଚନ୍ଦ୍ରମଣି ନାୟକ। ଅବସରପ୍ରାପ୍ତ ସେନା କର୍ମଚାରୀ। ଚାକିରି କାଳରେ ବିଭିନ୍ନ ସ୍ଥାନରୁ ସାଉଁଟିଛନ୍ତି ଅନେକ ଅଭିଜ୍ଞତା। ଏବେ ସେହି ଅଭିଜ୍ଞତା ଆଧାରରେ ଦେଶ ପାଇଁ ତିଆରି କରୁଛନ୍ତି ସୈନିକ। ତିନି ବର୍ଷ ହେଲାଣି ଜାରକାଠାରେ କରିଛନ୍ତି ଚନ୍ଦ୍ରମଣିଙ୍କ ଫିଜିକାଲ ଏକାଡେମି। ଯେଉଁଠାରେ ପ୍ରଶିକ୍ଷଣ ନେଉଛନ୍ତି ଯାଜପୁର ସମେତ ଜଗତସିଂହପୁର, କେନ୍ଦ୍ରପଡ଼ଶ, ଢେଙ୍କାନାଳ ଜିଲ୍ଲାର ଶହେରୁ ଅଧିକ ଯୁବକଯୁବତୀ।
ସୈନ୍ୟ ବାହିନୀରେ ନିଯୁକ୍ତି ପାଇଁ ଆଗ୍ରହ ରଖୁଥିବା ଯୁବପିଢ଼ି ଶାରୀରିକ ପ୍ରଶିକ୍ଷଣ ନେବା ସହ ଲିଖିତ ପରୀକ୍ଷା ପାଇଁ ନିଜକୁ ପ୍ରସ୍ତୁତ କରୁଛନ୍ତି। ଚନ୍ଦ୍ରମଣିଙ୍କ ଏହି ଫିଜିକାଲ ଏକାଡେମିରୁ ଅନେକ ପ୍ରଶିକ୍ଷାର୍ଥୀ ଜଳ, ସ୍ଥଳ, ଆକାଶ ବାହିନୀ, ଅଗ୍ନିବୀର ଏବଂ ଓଡ଼ିଶା ପୁଲିସରେ ନିଯୁକ୍ତି ପାଇସାରିଛନ୍ତି। ସେବା ମନୋଭାବ ନେଇ ଫିଜିକାଲ ଏକାଡେମି ପ୍ରତିଷ୍ଠା କରିଥିବା ଚନ୍ଦ୍ରମଣିଙ୍କ ଏହି ଉଦ୍ୟମ ବେକାର ଯୁବକଯୁବତୀଙ୍କୁ ଆତ୍ମନିଯୁକ୍ତିର ବାଟ ଦେଖାଇବ ନିଶ୍ଚୟ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/28/2025-04-28t103046215z-348267369_658890662730311_6089886170448266075_n.jpg)
/kanak/media/media_files/2025/09/19/sena-2025-09-19-18-48-46.png)