କନକବ୍ୟୁରୋ : ପୁନର୍ଗଠନ ହେଲା ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା  ବୋର୍ଡ । ପୂର୍ବତନ ର ଚିଫ୍ ଆଲୋକ ଯୋଶୀ ହେଲେ ଅକ୍ଷ୍ୟକ୍ଷ । ଏହି ବୋର୍ଡରେ ଅନୁଭବୀ ସୈନ୍ୟ ଓ ସୁରକ୍ଷା ଅଧିକାରୀ ସାମିଲ ଅଛନ୍ତି । ସାତ ସଦସ୍ୟ ବିଶିଷ୍ଟ ବୋର୍ଡରେ ସେନା, ବାୟୁ ସେନା, ନୌସେନା,ପୋଲିସ , ପୂର୍ବତନ ବିଦେଶ ସେବା ଅଧିକାରୀ ଆଦି ସାମିଲ ରହିଛନ୍ତି  ।

Advertisment

ଏୟାର ମାର୍ଶଲ ପିଏମ ସିହ୍ନା ,ଲେଫ୍ଟନାଣ୍ଟ ଜେନେରାଲ ଏ କେ ସିଂ,ଆଡମିରାଲ ମଣ୍ଟି ଖନା , ରାଜୀବ ରଞ୍ଜନ ବର୍ମା ,ମନମୋହନ ସିଂ ପୂର୍ବତନ ଆଇଏଫଏସ ଅଧିକାରୀ ଭେଙ୍କଟେଶ ବର୍ମା ଆଦି ସଦସ୍ୟ ଅଛନ୍ତି । ଭାରତର ରାଷ୍ଟ୍ରୀୟ ସୁରକ୍ଷା ନୀତି ନିର୍ମାଣରେ ପରାମର୍ଶଦାତା ରୂପେ ଏହି ବୋର୍ଡ କାର୍ଯ୍ୟ କରିବ । ଭାରତର ସୁରକ୍ଷା ନେଇ ରଣନୀତି ପ୍ରସ୍ତୁତ କରିବ ଏହି ବୋର୍ଡ ।

ବୋର୍ଡର ଚେୟାରମ୍ୟାନ୍‌ ହେଲେ ପୂର୍ବତନ ମୁଖ୍ୟ ଆଲୋକ ଯୋଶୀ
ବୋର୍ଡରେ ଅଛନ୍ତି ପୂର୍ବତନ ପଶ୍ଚିମ ଏୟାର କମାଣ୍ଡର ଏୟାର ମାର୍ଶଲ ପିଏମ୍‌ ସିହ୍ନା
ପୂର୍ବତନ ଦକ୍ଷିଣ ଆର୍ମି କମାଣ୍ଡର ଲେଫ୍ଟନାଣ୍ଟ ଜେନେରାଲ ଏକେ ସିଂହ ଓ ରିଅର ଆଡମିରାଲ  ମଣ୍ଟି ଖାନ୍ନା
ଅବସରପ୍ରାପ୍ତ ୨ ଆଇପିଏସ୍‌ ରାଜୀବ ରଞ୍ଜନ ବର୍ମା ଓ ମନମୋହନ ସିଂହ
ଅବସରପ୍ରାପ୍ତ ଆଇଏଫ୍‌ଏସ୍‌ ବି ଭେଙ୍କଟେଶ ବର୍ମା