ଓଆରଏସ ବ୍ରାଣ୍ଡ ନାଁରେ ଫଳ ରସ ଓ ଇଲେକ୍ଟୋଲାଇଟ୍ ଡ୍ରିଙ୍କ୍ ବିକ୍ରି ଉପରେ ଲାଗିବ କଟକଣା

ଚଢ଼ଉ ସହ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ସବୁ ରାଜ୍ୟକୁ ନିର୍ଦ୍ଦେଶ ଦେଲା ଏଫଏସଏସଏଆଇ

'ORS'

'ORS' Photograph: (Google)

କନକ ବ୍ୟୁରୋ:  ଯଦି ଆପଣ ଓଆରଏସ୍ ନାଁରେ କିଛି ନ ଦେଖି କିଛି ସେବନ କରୁଛନ୍ତି ତେବେ ସାବଧାନ ହୋଇଯାଆନ୍ତୁ । କାରଣ ଆପଣଙ୍କୁ ହୁଏତ ଓଆରଏସ୍ କହି ଫଳ ରସ ବା ଇଲେକ୍ଟ୍ରୋଲାଇଟ୍ ଡ୍ରିଙ୍କ୍ ବିକ୍ରି କରାଯାଉଛି । ସେଥିପାଇଁ ଓଆରଏସ୍ ବ୍ରାଣ୍ଡ୍ ନାଁରେ ବିକ୍ରି ହେଉଥିବା ଫଳ ରସ ଏବଂ ଇଲେକ୍ଟ୍ରୋଲାଇଟ୍ ଡ୍ରିଙ୍କ୍ସ ଉପରେ ପ୍ରତିବନ୍ଧକ ଲଗାଇବାକୁ ଏଫ୍ଏସ୍ଏସ୍ଏଆଇ ସମସ୍ତ ରାଜ୍ୟକୁ ନିର୍ଦ୍ଦେଶ ଦେଇଛି । ଏଫ୍ଏସ୍ଏସ୍ଏଆଇ ପକ୍ଷରୁ ସମସ୍ତ ରାଜ୍ୟକୁ ତୁରନ୍ତ ଚଢ଼ଉ ସହ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କୁହାଯାଇଛି। ଓଆରଏସ୍ ଭଳି ଅବିକଳ ପ୍ୟାକେଜିଂ କରି ଏଭଳି ପାନୀୟ ବିକ୍ରି କରି ଲୋକଙ୍କୁ ବିଭ୍ରାନ୍ତ କରୁଥିବା କହିଛି ଏଫ୍ଏସ୍ଏସ୍ଏଆଇ । ଗତ ଅକ୍ଟୋବର ୧୫ ତାରିଖରେ ଏଫ୍ଏସ୍ଏସ୍ଏଆଇ ପକ୍ଷରୁ ଏଭଳି ଏକ ନିର୍ଦ୍ଦେଶନାମା ଜାରି କରାଯାଇଥିଲା ।

ପିଆଇଆଇ ଇଲେକ୍ଟ୍ରୋଲାଇଟ ଓଆରଏସ୍ ନିମ୍ବୁ ପାଣିର ବଜାର ପ୍ରବେଶ, କାର୍ଯ୍ୟକ୍ରମରେ ଯୋଗଦେଲେ ସମ୍ବାଦ ଗ୍ରୁପର ଅଧ୍ୟକ୍ଷ ସୌମ୍ୟରଞ୍ଜନ ପଟ୍ଟନାୟକ

 ଏଥିରେ କୁହାଯାଇଛି ଯେ ଅନେକ ଉତ୍ପାଦରେ ଡବ୍ଲୁଏଚ୍ଓ ଦ୍ୱାରା ଅନୁମୋଦିତ ପ୍ରକୃତ ଓଆରଏସ୍ ଫର୍ମୁଲା ନାହିଁ କିମ୍ବା ସେଗୁଡ଼ିକର କୌଣସି ମେଡିକାଲ୍ ପ୍ରଭାବ ନାହିଁ । ଏହା ସତ୍ତ୍ୱେ କମ୍ପାନୀଗୁଡ଼ିକ ପ୍ୟାକେଜ୍ ଉପରେ ଓଆରଏସ୍ ଲେଖି ବିଭ୍ରାନ୍ତି ସୃଷ୍ଟି କରୁଛନ୍ତି, ଯାହା ଖାଦ୍ୟ ସୁରକ୍ଷା ଆଇନ-୨୦୦୬ର ଉଲ୍ଲଙ୍ଘନ କରୁଛି। ତେବେ ପ୍ରକୃତ ମେଡିକାଲ ଓଆରଏସ୍ ଉପରେ କୌଣସି କଟକଣା ଲଗାଯାଇନଥିବା ଏଫ୍ଏସ୍ଏସ୍ଏଆଇ ସ୍ପଷ୍ଟ କରିଛି । ଇ-କମର୍ସ ପ୍ଲାଟଫର୍ମ ଓ ଦୋକାନଗୁଡ଼ିକୁ ତୁରନ୍ତ ଯାଞ୍ଚ କରିବାକୁ ଏଫ୍ଏସ୍ଏସ୍ଏଆଇ ପକ୍ଷରୁ ରାଜ୍ୟଗୁଡ଼ିକୁ କୁହାଯାଇଛି । ସେହିପରି ଭୁଲ୍ ଉତ୍ପାଦକୁ ହଟାଇବା, କମ୍ପାନିଗୁଡ଼ିକ ଉପରେ ନିୟାମକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଏବଂ ରିପୋର୍ଟକୁ ଦିଲ୍ଲୀ ପଠାଇବାକୁ ନିର୍ଦ୍ଦେଶ ଦିଆଯାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe