ଖାମେନେଇଙ୍କ ହତ୍ୟା, କାଶ୍ମୀରରେ ବିକ୍ଷୋଭ ପରେ କଟକଣା ଜାରି

Advertisment

ପୁଲିସ ନ୍ୟାସନାଲ କନଫରେନ୍ସ ଲୋକସଭା ସାଂସଦ ଆଗା ରୁହୁଲାହ ଓ ପୂର୍ବତନ ଶ୍ରୀନଗର ମେୟର ଜୁନେଦ ମାଟୁଙ୍କ ବିରୋଧରେ ଏତଲା ରୁଜୁ କରିଛି। ଖାମେନେଇଙ୍କ ହତ୍ୟାକୁ ନେଇ ସାମାଜିକ ଗଣମାଧ୍ୟମରେ ସେମାନଙ୍କ ପୋଷ୍ଟ ବିରୋଧରେ ଏହି ଏତଲା ରୁଜୁ ହୋଇଛି।

ପୁଲିସ ନ୍ୟାସନାଲ କନଫରେନ୍ସ ଲୋକସଭା ସାଂସଦ ଆଗା ରୁହୁଲାହ ଓ ପୂର୍ବତନ ଶ୍ରୀନଗର ମେୟର ଜୁନେଦ ମାଟୁଙ୍କ ବିରୋଧରେ ଏତଲା ରୁଜୁ କରିଛି। ଖାମେନେଇଙ୍କ ହତ୍ୟାକୁ ନେଇ ସାମାଜିକ ଗଣମାଧ୍ୟମରେ ସେମାନଙ୍କ ପୋଷ୍ଟ ବିରୋଧରେ ଏହି ଏତଲା ରୁଜୁ ହୋଇଛି।

05bbs_38_05032026_111

କନକ ବ୍ୟୁରୋ : ଇରାନର ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲି ଖାମେନେଇଙ୍କ  ହତ୍ୟା ପ୍ରତିବାଦରେ ବିଶ୍ବର ଅନେକ ଦେଶରେ ଏହାର ବିକ୍ଷୋଭ ଓ ଶୋଭାଯାତ୍ରା ଦେଖିବାକୁ ମିଳିଛି। କାଶ୍ମୀରରେ ରବିବାର ଖାମେନେଇଙ୍କ  ହତ୍ୟାକୁ ନେଇ ବଡ଼ଧରଣର ବିକ୍ଷୋଭ ଓ ପ୍ରତିବାଦ ପରେ ଗୁରୁବାର ପଞ୍ଚମ ଦିନ ପାଇଁ କଟକଣା ଜାରି ରହିଛି। ପୁଲିସ ନ୍ୟାସନାଲ କନଫରେନ୍ସ ଲୋକସଭା ସାଂସଦ ଆଗା ରୁହୁଲାହ ଓ ପୂର୍ବତନ ଶ୍ରୀନଗର ମେୟର ଜୁନେଦ ମାଟୁଙ୍କ ବିରୋଧରେ ଏତଲା ରୁଜୁ କରିଛି। ଖାମେନେଇଙ୍କ ହତ୍ୟାକୁ ନେଇ ସାମାଜିକ ଗଣମାଧ୍ୟମରେ ସେମାନଙ୍କ ପୋଷ୍ଟ ବିରୋଧରେ ଏହି ଏତଲା ରୁଜୁ ହୋଇଛି। ପ୍ରତିବାଦକୁ ଦେଖି ପୁଲିସ ଓ ଅର୍ଦ୍ଧସାମରିକ ବାହିନୀ ଶ୍ରୀନଗରର ବିଭିନ୍ନ ରାସ୍ତାରେ ତାରବାଡ଼ ଓ ସଶସ୍ତ୍ର ଯାନ ମୁତୟନ କରିଛି। ଶିଆବହୁଳ ଅଞ୍ଚଳରେ ପ୍ରତିବାଦ ରୋକିବାକୁ ବ୍ୟାପକ ପୁଲିସ ମୁତୟନ କରାଯାଇଛି। ଗୁରୁବାର ମଧ୍ୟ କଟକଣା ବଳବତ୍ତର ରହିଛି। ଲାଲଚୌକର ଐତିହାସିକ ଘଣ୍ଟାଘର ଅଞ୍ଚଳକୁ ବନ୍ଦ କରିଦିଆ ଯାଇଥିବାବେଳେ ଏହା ନିକଟକୁ ଲୋକଙ୍କୁ ଛଡ଼ା ଯାଉନାହିଁ। ରବିବାର ଶିଆ ମୁସଲମାନମାନେ ଏଠାରେ ପ୍ରତିବାଦ କରିବା ସହିତ ଇରାନା ପତାକା ଉଡ଼ାଇ ଥିଲେ। ଉ‌ତ୍ତେଜନାକୁ ଲକ୍ଷ୍ୟ କରି କାଶ୍ମୀରରେ ସମସ୍ତ ଶିକ୍ଷାନୁଷ୍ଠାନ ଆସନ୍ତା ମାର୍ଚ୍ଚ ୭ ତାରିଖ ପର୍ୟ୍ୟନ୍ତ ବନ୍ଦ ରଖାଯାଇଛି। ପୁଲିସ ମିଥ୍ୟା ଖବର ପ୍ରସାରଣ ଓ ଫେକ୍‌ ନ୍ୟୁଜ ନେଟୱର୍କ ଉପରେ କଡ଼ା କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିଛି। କାଶ୍ମୀରସ୍ଥିତ କେତେକ ଖବରକାଗଜ ସଂସ୍ଥା ଗ୍ରେଟର କାଶ୍ମୀର, କାଶ୍ମୀର ଲାଇଫ, ରାଇଜିଂ କାଶ୍ମୀର ଓ ବ୍ରାଇଟର କାଶ୍ମୀରର ସାମାଜିକ ଗଣମାଧ୍ୟମ ଆକାଉଣ୍ଟ ସରକାରଙ୍କ ଅନୁରୋଧ ପରେ ମେଟା ପକ୍ଷରୁ ବ୍ଲକ କରାଯାଇଛି। ପୁଲିସ ଅନେକ ବିକ୍ଷୋଭକାରୀଙ୍କୁ ଅଟକ ରଖିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe