ନୂଆବର୍ଷ ପାଇଁ ଶ୍ରୀମନ୍ଦିରରେ କଟକଣା ;  ୨ ଦିନ ପାଇଁ କେବଳ ସିଂହଦ୍ବାର ପ୍ରବେଶ ଉପରେ କଟକଣା।

ନୂଆବର୍ଷ ପାଇଁ ଶ୍ରୀମନ୍ଦିରରେ କଟକଣା ।  ମନ୍ଦିର ମୁଖ୍ୟ ପ୍ରସାସକଙ୍କ ସୂଚନା, ୨ ଦିନ ପାଇଁ କେବଳ ସିଂହଦ୍ବାରରେରେ ପ୍ରବେଶ ।  ସେପଟେ ଭିଡ଼ ନିୟନ୍ତ୍ରଣ ପାଇଁ ଟ୍ରାଫିକ କଟକଣା ଜାରି କଲା ପୁଲିସ ପ୍ରଶାସନ ।

01sri

କନକ ବ୍ୟୁରୋ: ନୂଆବର୍ଷକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିରରେ କଟକଣା ।  ୨ ଦିନ ପାଇଁ ସିଂହଦ୍ବାରରେରେ ପ୍ରବେଶ କଟକଣା। ୩୧ ତାରିଖ ଏବଂ ୧ ତାରିଖ ଦୁଇ ଦିନ ଶ୍ରୀମନ୍ଦିରରେ ପ୍ରବେଶ ଓ ପ୍ରସ୍ଥାନ ଉପରେ କଟକଣା ଲଗାଯାଇଛି । ଏହି ୨ ଦିନ କେବଳ ସିଂହଦ୍ବାର ଦେଇ ଭକ୍ତ ପ୍ରବେଶ କରିବେ ଏବଂ ବାକି ୩ ଦ୍ବାର ଦେଇ ବାହାରକୁ ଆସିବେ । ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି । ଭକ୍ତଙ୍କୁ ଏବେ ଚାରିଦ୍ବାର ଦେଇ ପ୍ରବେଶ ନିୟମ ରହିଥିଲେ ମଧ୍ୟ ପ୍ରବଳ ଭିଡ଼କୁ ଦୃଷ୍ଟିରେ ରଖି ଏଭଳି କଟକଣା ଜାରି କରାଯାଇଛି । ଭକ୍ତମାନେ ବଡଦାଣ୍ଡରେ ହୋଇଥିବା ବ୍ୟାରିକେଡ ଦେଇ ସିଂହଦ୍ବାରରେ ପ୍ରବେଶ କରିବେ ।  ସେପଟେ ଭିଡ଼ ନିୟନ୍ତ୍ରଣ ପାଇଁ ଟ୍ରାଫିକ କଟକଣା ଜାରି କରିଛି ପୁଲିସ ପ୍ରଶାସନ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe