କନକ ବ୍ୟୁରୋ : ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ଜିଲ୍ଲାରେ ରହିଥିବା ବିଭିନ୍ନ ପର୍ଯ୍ୟଟନ ସ୍ଥଳୀ ମଧ୍ୟରୁ ଅନ୍ୟତମ ଗଜପତିର ଗଣ୍ଡାହାତୀ ଜଳପ୍ରପାତ । ପର୍ଯ୍ୟଟକଙ୍କୁ ଏହି ସ୍ଥାନ ପ୍ରତି ଆକୃଷ୍ଟ କରିବା ପାଇଁ ଜିଲ୍ଲା ପ୍ରଶାସନ ତରଫରୁ ରିସର୍ଟର ପ୍ରତିଷ୍ଠା କରାଯାଇଛି । ଆଗକୁ ଏହାର ଆହୁରି ବିକାଶ କରିବା ପାଇଁ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ଜିଲ୍ଲାପାଳ । ଗଣ୍ଡାହାତୀ ଜଳପ୍ରପାତ,ଐତିହ୍ୟ ସମ୍ପନ୍ନ ଓ ପୁରାଣ ବର୍ଣ୍ଣିତ ଶୈବପୀଠ ମହେନ୍ଦ୍ରଗିରି ଶିଖରର ପାଦଦେଶରେ ଥିବା ଏହି ଜଳପ୍ରପାଦ ଅତ୍ୟନ୍ତ ଆକର୍ଷଣୀୟ । ଏହାର ପାହାଡ଼ ପର୍ବତ ଘେରା ସବୁଜ ବନାନୀ ଦେଖିବାକୁ ହଜାର ହଜାର ପର୍ଯ୍ୟଟକ ଭିଡ଼ ଜମାନ୍ତି । ଯାହାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନର ସହଯୋଗରେ ପ୍ରତିଷ୍ଠା ହୋଇଛି ଏକ ଆକର୍ଷଣୀୟ ରିସର୍ଟ ଏଫଡିଏମ୍ । ଯାହାର ଶୁଭାରମ୍ଭ କରିଛନ୍ତି ଗଜପତି ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ ଫାଲଗୁନ ମାଝୀ ।
ଅଧିକ ପଢ଼ନ୍ତୁ--ଦିଲ୍ଲୀ ବ୍ଲାଷ୍ଟ ପଛରେ ରହିଛି କି ପାକିସ୍ତାନର ହାତ ? ଗିରଫ ଶାହୀନ ଶାହିଦ୍ଙ୍କ ଅଛି ମସୁଦ ଅଜହରର ଭଉଣୀ ସହ ଲିଙ୍କ୍
ପର୍ଯ୍ୟଟକଙ୍କ ଚାହିଦାକୁ ପୂରଣ କରିବା ପାଇଁ ରିସର୍ଟରେ ଯଥେଷ୍ଟ ଧ୍ୟାନ ଦିଆଯାଇଛି । ରାତ୍ରି ଯାପନ ପାଇଁ ରହିଛି ଭିନ୍ନ ଭିନ୍ନ ରଙ୍ଗର କୋଠରୀ । ପର୍ଯ୍ୟଟକଙ୍କୁ ଭରପୂର ମଜା ଦେବାକୁ ୩ ଏକର ପରିସର ମଧ୍ୟରେ ନିର୍ମିତ ହୋଇଛି ଅତ୍ୟାଧୁନିକ ଓ୍ବାଟର ପାର୍କ । ମନମୁତାବକ ଖାଦ୍ୟ ପାଇଁ ରେଷ୍ଟୁରାଣ୍ଟ ବି ରହିଛି । ପର୍ଯ୍ୟଟନ ସ୍ଥଳୀରେ ଏଭଳି ଅତ୍ୟାଧୁନିକ ରିସର୍ଟ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବାରେ ବେଶ ସହାୟକ ହେବ । ବ୍ୟସ୍ତ ବହୁଳ ଜୀବନ ମଧ୍ୟରେ ନିରୋଳାରେ କିଛି ସମୟ ବିତାଇବା ପାଇଁ ଏହି ସ୍ଥାନ ସହାୟକ ହେବ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/02/11/2025-02-11t080152817z.jpg)
/kanak/media/media_files/2025/11/11/resort-fdm-2025-11-11-18-11-50.jpg)