କନକ ବ୍ୟୁରୋ: ନେପାଳରେ ଜେନ ଜିଙ୍କ ବିରୋଧ ପ୍ରଦର୍ଶନ ଥଣ୍ଡା ପଡିଛି । ଓଲି ସରକାରଙ୍କ ହାତରୁ କ୍ଷମତା ଯାଇଛି । ଏହା ଭିତରେ ଏକ ଚାଞ୍ଚଲ୍ୟକର ଖବର ସାମ୍ନାକୁ ଆସିଛି । ଯେଉଁ ସମୟରେ ଜେନ ଜି ଜୋରଦାର ବିକ୍ଷୋଭ କରୁଥିଲେ ସେହି ସମୟରେ ଜୀବନ ବଞ୍ଚାଇବାକୁ ସେନାର ସହାୟତା ଲୋଡିଥିଲେ ପୂର୍ବତନ ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲି । ଘରୁ ବାହାରିବା ପାଇଁ ସେନା ମୁଖ୍ୟଙ୍କୁ ଫୋନ କରି ହେଲିକପ୍ଟର ମାଗିଥିଲେ । ଆଉ ଏହା ପରେ ସେନା ମୁଖ୍ୟ ଅଶୋକ ରାଜ ତାଙ୍କ ନିକଟରେ ଏକ ସର୍ତ୍ତ ରଖିଥିଲେ ଓ କେପିଙ୍କୁ କହିଥିଲେ ଇସ୍ତଫା ବଦଳରେ ମିଳିବ ହେଲିକପ୍ଟର । ନେପାଳର ସ୍ଥାନୀୟ ମିଡିଆ ଉକେରାରେ ଏହି ଖବରକୁ ପ୍ରସାଣର ପରେ ଚର୍ଚ୍ଚା ସାଉଁଟିଛି । ସେପ୍ଟେମ୍ବର ୮ରେ ନେପାଳରେ ଦେଖାଯାଇଥିବା ହିଂସା ୪ଦିନ ଚାଲିବା ପରେ ସେନା ହାତକୁ ଆସିଥିଲା । ଏହାପରେ ଅନ୍ତରୀଣ ସରକାର ଗଠନ ହୋଇ ଏବେ ପ୍ରଧାନମନ୍ତ୍ରୀ ଦାୟିତ୍ବରେ ଅଛନ୍ତି ସୁଶୀଳା କାର୍କି ।