କନକବ୍ୟୁରୋ : ନୂଆବର୍ଷରେ ଆମିଷ ବଜାରର ଚାହିଦା। ଆମିଷ କିଣିବାକୁ ଲୋକଙ୍କର ପ୍ରବଳ ଗହଳି ଦେଖିବାକୁ ମିଳିଛି । ମାଂସ ଭଳି ମାଛର ବି ଚାହିଦା କିଛି କମ ନାହିଁ । ବିଭିନ୍ନ ପ୍ରକାର ମାଛ ଭିତରୁ ଗ୍ରାହକ ନିଜ ମନପସନ୍ଦର ମାଛ କିଣିବାକୁ ଆଗ୍ରହ ଦେଖାଉଛନ୍ତି । ରୋହି, ଭାକୁର, ମିରିକାଳୀ, ଖଇଙ୍ଗା ମାଛର ଚାହିଦା ଅଧିକ ରହିଛି । ଦର ଅଧିକ ରହିଛି ତଥାପି ଭିଡ ଦର୍ଶାଉଛି ବୁଧବାର ପାଇଁ ଆମିଷ ବଜାରର ଚାହିଦା ଅଧିକ ରହିଛି । ନୂଆ ବର୍ଷ ପାଇଁ ଭୁବନେଶ୍ୱର ୪ ନମ୍ବର ଆମିଷ ବଜାରରେ ଜମିଛି ଗ୍ରାହକଙ୍କ ଭିଡ। ଖାସି ମାଂସ ସମେତ ନଦୀ ମାଛ ଓ ସମୁଦ୍ର ମାଛ କିଣିବା ପାଇଁ ବଢିଛି ଆଗ୍ରହ ।
ତେବେ ଜାଣନ୍ତୁ କେତେ ରହିଛି ଆମିଷ ଦର
ଖାସି ମାଂସ-୭୫୦
କଙ୍କଡା- ୪୦୦
ଚିଙ୍ଗୁଡି-୫୦୦ ରୁ ୬୦୦
ରୋହି -୧୬୦
ଭାକୁର-୧୮୦
ପାମ୍ପଲେଟ-୯୦୦ରୁ ୧୧୦୦
ସେହିଭଳି କଟକରେ ମଧ୍ୟ ଆମିଷ ମାର୍କେଟ ରେ ଲୋକଙ୍କ ଗହଳି ଦେଖିବାକୁ ମିଳିଛି , ଲୋକଙ୍କ ମାଛ ଠୁ ବେଶୀ ମାଂସ ପ୍ରତି ଆଗ୍ରହ ଦେଖିବାକୁ ମିଳିଛି
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2025/01/01/KUaaDzspKCiJqyNX5U49.png)