କନକ ବ୍ୟୁରୋ : ବ୍ୟାସନଗର ସହରର ୧୨ ନଂ ୱାର୍ଡର ନହକା ରାସ୍ତା । ବର୍ଷବର୍ଷ ଧରି ମରାମତି ହେଉନି । ଅସରାଏ ବର୍ଷାରେ ବେହାଲ ଅବସ୍ଥା । ରାସ୍ତା ସାରା ବଡ଼ବଡ଼ ଖାଲ, ପୋଖରୀର ଭ୍ରମ ସୃଷ୍ଟି କରୁଛି । ଦୀର୍ଘଦିନ ହେଲା ମରାମତି ଅଭାବରୁ ସତେଯେମିତି ପାଲଟିଛି ମରଣଯନ୍ତା । ଗାଡ଼ି ତ ଦୂରର କଥା ଚାଲିକି ଯିବା ବି କଷ୍ଟକର । ବିଭାଗୀୟ ଅଧିକାରୀଠୁ ଆରମ୍ଭ କରି ପୌରପ୍ରଶାସନ ଓ ରାଜନେତାଙ୍କୁ ଅଭିଯୋଗ କଲେ ବି ସମାଧାନ ହେଉନାହିଁ ।
Advertisment
ଖାଲଖମା ଭର୍ତ୍ତି ରାସ୍ତାରେ ପ୍ରତିଦିନ ଶହଶହ ଲୋକ ଯାତାୟାତ କରିଥାନ୍ତି । ଅନେକ ସମୟରେ ଛୋଟବଡ଼ ଦୁର୍ଘଟଣା ଘଟୁଛି । ଲୋକଙ୍କ ସୁରକ୍ଷିତ ଯାତ୍ରା ପାଇଁ ତୁରନ୍ତ ମରାମତି କରିବାକୁ ଦାବି କରିଛନ୍ତି ସହରବାସୀ । ସେପଟେ ବିଭାଗୀୟ ଅଧିକାରୀ ରାସ୍ତା ସଂପର୍କରେ ଗଣମାଧ୍ୟମରେ ମୁହଁ ଖୋଲିବାକୁ ନାରାଜ ।  ଦୀର୍ଘ ଦିନର ଏହି ସମସ୍ୟା ସମାଧାନ କରାନଗଲେ ଆଗାମୀ ଦିନରେ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି ବ୍ୟାସନଗରବାସୀ ।