କନକ ବ୍ୟୁରୋ: ବିହାର ବିଧାନସଭା ନିର୍ବାଚନ ପୂର୍ବରୁ ଆଜି ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ କରୁଛନ୍ତି ମୁଖ୍ୟମନ୍ତ୍ରୀ ନୀତୀଶ କୁମାର । ମିଳିଥିବା ସୂଚନା ଅନୁସାରେ ଜାତିଗତ ସମୀକରଣକୁ ଧ୍ୟାନ ଦେଇ ୭ ନୂଆ ଚେହେରାଙ୍କୁ ନୂଆ ଟିମରେ ସାମିଲ କରାଇବେ ନୀତୀଶ । ବିଜେପିରୁ ୩ଜଣ ଓ ଜେଡିୟରୁ ୨ଜଣଙ୍କୁ ମନ୍ତ୍ରୀପଦ ମିଳିବା ନେଇ ପୂର୍ବରୁ ମୋହର ବାଜି ସାରିଛି ଏବେ ଅପେକ୍ଷା ଅପରାହ୍ନ ୪ଟା ସମୟର ବୈଠକକୁ । ସବୁ ବର୍ଗକୁ ଧ୍ୟାନ ଦେବାକୁ ନେଇ ବିଜେପି ଓ ଜେଡିୟୁ ମଧ୍ୟରେ ସହମତି ପ୍ରକାଶ ପାଇଛି । ନିକଟରେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷକଙ୍କୁ ଭେଟିଥିଲେ । ଏହି ସମୟରେ ସବୁ ବର୍ଗଙ୍କୁ ନୂଆ ମନ୍ତ୍ରୀମଣ୍ଡଳରେ ସାମିଲ କରିବା ନେଇ ସହମତି ପ୍ରକଶ ପାଇଛି ।
ଆଜି ନୀତୀଶଙ୍କ ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ , ୭ଜଣ ନୂଆ ମନ୍ତ୍ରୀ ସାମିଲ ସୂଚନା
ବିହାର ବିଧାନସଭା ନିର୍ବାଚନ ପୂର୍ବରୁ ରାଜ୍ୟ ରାଜନୀତିରୁ ବଡ ଖବର । ଆଜି ନୀତୀଶଙ୍କ ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ । ୭ଜଣ ନୂଆ ମନ୍ତ୍ରୀ ସାମିଲ ସୂଚନା । ଜାତିଗତ ସମୀକରଣକୁ ଫୋକସ ।
/kanak/media/media_files/2025/02/26/FrwDrO9IxaBEJO027GVn.jpg)