Photograph: (kanaknews)
କନକ ବ୍ୟୁରୋ : ପୁଣି ଆଇଏଏସ୍ ସ୍ତରରେ ବଡ଼ ଅଦଳବଦଳ । ୧୩ ଆଇଏଏସ୍ ଅଫିସରଙ୍କ ଅଦଳବଦଳ ହୋଇଛି । ରାଜେଶ ପାଟିଲ୍-ସମବାୟ ବିଭାଗର କମିସନର, ବିଜୟକେତନ ଉପାଧ୍ୟାୟ-ଭାଷା ସାହିତ୍ୟ ସଂସ୍କୃତି ବିଭାଗର ସଚିବ, ସମର୍ଥ ବର୍ମା- ଲଘୁ ବିଭାଗର ନିର୍ଦ୍ଦେଶକ, ଦୀପକଙ୍କର ମହାପାତ୍ର-ହକି ଉନ୍ନୟନ କାଉନସିଲର ମୁଖ୍ୟ ନିର୍ବାହୀ ଅଧିକାରୀ, ପ୍ରେକ୍ଷା ଅଗ୍ରୱାଲ-ଧର୍ମଗଡ଼ ଉପଜିଲ୍ଲାପାଳ, ପ୍ରଣୀତା ଦାସଙ୍କୁ ବାଲିଗୁଡ଼ା ଉପଜିଲ୍ଲାପାଳ ଭାବେ ଦାୟିତ୍ବ ମିଳିଛି ।
ମଙ୍ଗଳବାର ରାତି ପ୍ରାୟ ୧୦ଟା ବେଳକୁ ଆଇଏଏସ୍ ସ୍ତରରେ ବଡ଼ ଧରଣର ଅଦଳବଦଳ ହୋଇଥିଲା । ଯେଉଁଥିରେ ମୋଟ ୪୯ ଜଣ ଅଧିକାରୀଙ୍କ ବଦଳି ହେବା ସହିତ କିଛି ଜିଲ୍ଲାର ଜିଲ୍ଲାପାଳ ମଧ୍ୟ ବଦଳିଛନ୍ତି ।
ପୂର୍ବ ତାଲିକା ଆଧାରରେ
- ଦିବ୍ୟଜ୍ୟୋତି ପରିଡ଼ା ହେଲେ ପୁରୀର ଜିଲ୍ଲାପାଳ
- ହେମନ୍ତ ଶର୍ମାଙ୍କୁ ସୂଚନା ଓ ଲୋକସମ୍ପର୍କ ବିଭାଗର ସଚିବ ଦାୟିତ୍ଵ
-
ଅମ୍ବର କୁମାର କର ଜିଲ୍ଲାପାଳ ଯାଜପୁର ଜିଲ୍ଲାପାଳ ହେଲେ
-
କୀରନଦୀପ କୌର ହେଲେ ସିଏମ୍ସି କମିସନର
-
ସୋମେଶ ଉପାଧ୍ୟାୟ ମାଲକାନଗିରି ଜିଲ୍ଲାପାଳ ହେଲେ
-
ଆଶିଷ ଈଶ୍ୱର ପାଟିଲ ଢେଙ୍କାନାଳ ଜିଲ୍ଲାପାଳ
-
ଦିବ୍ୟଜ୍ୟୋତି ପରିଡ଼ାଙ୍କୁ ମିଳିଲା ପୁରୀ ଜିଲ୍ଲାପାଳ ଦାୟିତ୍ୱ
-
ଅମ୍ବର କୁମାର କର ଯାଜପୁର ଜିଲ୍ଲାପାଳ ହେଲେ
-
ଶୁଭଙ୍କର ମହାପାତ୍ର ସୁନ୍ଦରଗଡ଼ ଜିଲ୍ଲାପାଳ ହେଲେ
-
କିର୍ଥୀ ଭାସନ ଗଞ୍ଜାମ ଜିଲ୍ଲାପାଳ ହେଲେ
Follow Us