ଅଣ-ପଞ୍ଜିକୃତ ହବିଷ୍ୟାଳିଙ୍କୁ ଥଇଥାନ: ପ୍ରଶାସନଙ୍କ ହସ୍ତକ୍ଷେପ ପରେ ବୃନ୍ଦାବତୀ ନିବାସରେ ରହିବା ବ୍ୟବସ୍ଥା

Advertisment

ପ୍ରଶାସନର ହସ୍ତକ୍ଷେପ ପରେ ହବିଷ୍ୟାଳିଙ୍କୁ ମିଳିଲା ସରକାରୀ ଶିବିର। ଜିଲ୍ଲାପାଳ ସିଦ୍ଧାର୍ଥ ଶେଖର ସ୍ବାଇଁ ନିଜେ ଶିବିରରେ ପହଞ୍ଚି ବ୍ରତାଧାରୀ ମାଆମାନଙ୍କୁ ଥଇଥାନ ନେଇ ଆଶ୍ବାସନା ଦେଇଛନ୍ତି ।

ପ୍ରଶାସନର ହସ୍ତକ୍ଷେପ ପରେ ହବିଷ୍ୟାଳିଙ୍କୁ ମିଳିଲା ସରକାରୀ ଶିବିର। ଜିଲ୍ଲାପାଳ ସିଦ୍ଧାର୍ଥ ଶେଖର ସ୍ବାଇଁ ନିଜେ ଶିବିରରେ ପହଞ୍ଚି ବ୍ରତାଧାରୀ ମାଆମାନଙ୍କୁ ଥଇଥାନ ନେଇ ଆଶ୍ବାସନା ଦେଇଛନ୍ତି ।

habi

କନକବ୍ୟୁରୋ: ପ୍ରଶାସନର ହସ୍ତକ୍ଷେପ ପରେ ହବିଷ୍ୟାଳିଙ୍କୁ ମିଳିଲା ସରକାରୀ ଶିବିର । ଜିଲ୍ଲାପାଳ ସିଦ୍ଧାର୍ଥ ଶେଖର ସ୍ବାଇଁ ନିଜେ ଶିବିରରେ ପହଞ୍ଚି ବ୍ରତାଧାରୀ ମାଆମାନଙ୍କୁ ଥଇଥାନ ନେଇ ଆଶ୍ବାସନା ଦେଇଛନ୍ତି । 

ବୃନ୍ଦାବତୀ ନିବାସରେ ରହିବା ପାଇଁ ବ୍ୟବସ୍ଥା କରାଯାଇଛି । ବିଧାୟକ ଜୟନ୍ତ ଷଡ଼ଙ୍ଗୀଙ୍କ ଉଦବେଗ ପରେ ନିଜେ ଜିଲ୍ଲାପାଳ ସିଦ୍ଧାର୍ଥ ଶେଖର ସ୍ବାଇଁ ଯାଇ ହବିଷ୍ୟାଳିଙ୍କୁ ଭେଟିଛନ୍ତି । 

ଗତକାଲି ପଞ୍ଜିକରଣ କରିନଥିବାରୁ ପ୍ରଶାସନ ପକ୍ଷରୁ ଆୟୋଜିତ ଶିବିରରେ ବ୍ରତଧାରୀଙ୍କୁ ରହିବାକୁ ଦିଆଯାଇ ନଥିଲା । ଫଳରେ ବ୍ରତଧାରୀଙ୍କ ମଧ୍ୟରେ ପ୍ରବଳ ଅସନ୍ତୋଷ ଦେଖିବାକୁ ମିଳିଥିଲା । ରାତିସାରା ଶିବିର ବାହାରେ ଥଣ୍ଡା, କାକରରେ ରାତିସାରା ପଡି ରହିଥିଲେ। ଏବେ ମିଳିଛି ବୃନ୍ଦାବତୀ ଶିବିରରେ ସ୍ଥାନ। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe