କନକବ୍ୟୁରୋ: ପ୍ରଶାସନର ହସ୍ତକ୍ଷେପ ପରେ ହବିଷ୍ୟାଳିଙ୍କୁ ମିଳିଲା ସରକାରୀ ଶିବିର । ଜିଲ୍ଲାପାଳ ସିଦ୍ଧାର୍ଥ ଶେଖର ସ୍ବାଇଁ ନିଜେ ଶିବିରରେ ପହଞ୍ଚି ବ୍ରତାଧାରୀ ମାଆମାନଙ୍କୁ ଥଇଥାନ ନେଇ ଆଶ୍ବାସନା ଦେଇଛନ୍ତି ।
ବୃନ୍ଦାବତୀ ନିବାସରେ ରହିବା ପାଇଁ ବ୍ୟବସ୍ଥା କରାଯାଇଛି । ବିଧାୟକ ଜୟନ୍ତ ଷଡ଼ଙ୍ଗୀଙ୍କ ଉଦବେଗ ପରେ ନିଜେ ଜିଲ୍ଲାପାଳ ସିଦ୍ଧାର୍ଥ ଶେଖର ସ୍ବାଇଁ ଯାଇ ହବିଷ୍ୟାଳିଙ୍କୁ ଭେଟିଛନ୍ତି ।
ଗତକାଲି ପଞ୍ଜିକରଣ କରିନଥିବାରୁ ପ୍ରଶାସନ ପକ୍ଷରୁ ଆୟୋଜିତ ଶିବିରରେ ବ୍ରତଧାରୀଙ୍କୁ ରହିବାକୁ ଦିଆଯାଇ ନଥିଲା । ଫଳରେ ବ୍ରତଧାରୀଙ୍କ ମଧ୍ୟରେ ପ୍ରବଳ ଅସନ୍ତୋଷ ଦେଖିବାକୁ ମିଳିଥିଲା । ରାତିସାରା ଶିବିର ବାହାରେ ଥଣ୍ଡା, କାକରରେ ରାତିସାରା ପଡି ରହିଥିଲେ। ଏବେ ମିଳିଛି ବୃନ୍ଦାବତୀ ଶିବିରରେ ସ୍ଥାନ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t081934795z-rashu-2025-12-17-13-49-35.jpg)
/kanak/media/media_files/2024/10/18/w35gVPVclNizZRotUpTe.jpg)