ବୈଷୟିକ ଶିକ୍ଷାରେ ମିଳିବ ସଂରକ୍ଷଣ: ଖୁବଶୀଘ୍ର ଘୋଷଣା କରିବେ ରାଜ୍ୟ ସରକାର

Advertisment

ମେ' ୧୪ ତାରିଖରେ ଉଚ୍ଚ ଶିକ୍ଷାନୁଷ୍ଠାନରେ ଏସଇବିସି ଛାତ୍ରଛାତ୍ରୀଙ୍କ ପାଇଁ ୧୧.୨୫ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା କରାଯାଇଥିଲା । ଯାହା ଶିକ୍ଷା ବ୍ୟବସ୍ଥାରେ ଏକ ବଡ ଓ ଐତିହାସିକ ନିଷ୍ପତି ଥିଲା । ପାଦେ ଆଗକୁ ଯାଇ, ଆଉ ଏକ ବଡ଼ ମାଷ୍ଟରଷ୍ଟ୍ରୋକ୍ ମାରିପାରନ୍ତି ମୋହନ ସରକାର ।

ମେ' ୧୪ ତାରିଖରେ ଉଚ୍ଚ ଶିକ୍ଷାନୁଷ୍ଠାନରେ ଏସଇବିସି ଛାତ୍ରଛାତ୍ରୀଙ୍କ ପାଇଁ ୧୧.୨୫ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା କରାଯାଇଥିଲା । ଯାହା ଶିକ୍ଷା ବ୍ୟବସ୍ଥାରେ ଏକ ବଡ ଓ ଐତିହାସିକ ନିଷ୍ପତି ଥିଲା । ପାଦେ ଆଗକୁ ଯାଇ, ଆଉ ଏକ ବଡ଼ ମାଷ୍ଟରଷ୍ଟ୍ରୋକ୍ ମାରିପାରନ୍ତି ମୋହନ ସରକାର ।

48kkkk

Photograph: (kanak news)

କନକ ବ୍ୟୁରୋ: ପଛୁଆବର୍ଗ ଛାତ୍ରଛାତ୍ରୀଙ୍କ ପାଇଁ ଖୁବଶୀଘ୍ର ଆସିବାକୁ ଯାଉଛି ବଡ଼ ଖବର । ମେଡିକାଲ ଓ ଇଞ୍ଜିନିୟରିଂ ଛାତ୍ରଛାତ୍ରୀଙ୍କୁ ଦିଆଯିବ ସଂରକ୍ଷଣ । ଏଥିପାଇଁ ବିଭାଗ ତରଫରୁ ଆରମ୍ଭ ହୋଇଗଲାଣି ପ୍ରସ୍ତୁତି । 

ମେ' ୧୪ ତାରିଖରେ ଉଚ୍ଚ ଶିକ୍ଷାନୁଷ୍ଠାନରେ ଏସଇବିସି ଛାତ୍ରଛାତ୍ରୀଙ୍କ ପାଇଁ ୧୧.୨୫ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା କରାଯାଇଥିଲା । ଯାହା ଶିକ୍ଷା ବ୍ୟବସ୍ଥାରେ ଏକ ବଡ ଓ ଐତିହାସିକ ନିଷ୍ପତି ଥିଲା । ପାଦେ ଆଗକୁ ଯାଇ, ଆଉ ଏକ ବଡ଼ ମାଷ୍ଟରଷ୍ଟ୍ରୋକ୍ ମାରିପାରନ୍ତି ମୋହନ ସରକାର । ବୈଷୟିକ ଶିକ୍ଷାନୁଷ୍ଠାନର ପଛୁଆବର୍ଗ ଛାତ୍ରଛାତ୍ରୀଙ୍କୁ ଦିଆଯିବ ସରଂକ୍ଷଣ । ଏଥିପାଇଁ ବିଭାଗ ତରଫରୁ ଜୋରଦାର ପ୍ରସ୍ତୁତି ଚାଲିଛି । ସିଧାସିଧା କହିବାକୁ ଗଲେ, ମେଡିକାଲ ଏବଂ ଇଞ୍ଜିନିୟରିଂର ପଛୁଆ ବର୍ଗର ଛାତ୍ରଛାତ୍ରୀଙ୍କୁ ସଂରକ୍ଷଣ ଦେବାକୁ ଯାଉଛନ୍ତି ସରକାର । ବିଭାଗୀୟ ମନ୍ତ୍ରୀ କହିଛନ୍ତି, ସରକାର ଅନୁଧ୍ୟାନ କରୁଛନ୍ତି, ଖୁବଶୀଘ୍ର ଲାଗୁ କରାଯିବ ।  

ମିଳିଥିବା ସୂଚନା ଅନୁସାରେ, ନୂଆ ସରକାରଙ୍କ ବର୍ଷ ପୂର୍ତ୍ତି ଅବସରରେ ଏହି ବଡ଼ ଘୋଷଣା କରିପାରନ୍ତି ରାଜ୍ୟ ସରକାର । ଯୁକ୍ତ ୨ଠାରୁ ଯୁକ୍ତ ୩ ଓ ପିଜି ଛାତ୍ରଛାତ୍ରୀଙ୍କ ପାଇଁ ରିଜର୍ଭେସନ କରାଯାଇଥିଲା । ସେତେବେଳେ, ମେଡିକାଲ ଓ ଇଞ୍ଜିନିୟରିଂରେ ସଂରକ୍ଷଣ ପାଇଁ ଜୋରଦାର ଦାବି ଉଠିଥିଲା । ରାଜ୍ୟରେ ଘରୋଇ ଏବଂ ସରକାରୀ ଇଞ୍ଜିନିୟରିଂ କଲେଜରେ ୪୪ ହଜାରରୁ ଅଧିକ ସିଟ୍ ରହିଛି । ସେହିପରି ଘରୋଇ ଏବଂ ସରକାରୀ ମେଡିକାଲ କଲେଜରେ ରହିଛି ୨୪୦୦ ସିଟ୍ । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe