କନକ ବ୍ୟୁରୋ : ଭାରତ ଓ ପାକିସ୍ତାନ ମଧ୍ୟରେ ବହୁ ବର୍ଷ ଆଗରୁ ହୋଇଥିବା ସିନ୍ଧୁ ଜଳ ଚୁକ୍ତିକୁ ନେଇ ଚର୍ଚ୍ଚା ଜୋର ଧରିଛି । ପହଲଗାମ ଆତଙ୍କୀ ଆକ୍ରମଣ ପରେ ପାକିସ୍ତାନକୁ ପ୍ରବାହିତ ହେଉଥିବା ସିନ୍ଧୁ ନଦୀର ଜଳ ଅଟକାଇବାକୁ ଭାରତ ଚେତାବନୀ ଦେଇଛି । ଏହାରି ଭିତରେ ଭାରତକୁ ଚୀନ ପଟୁ ମିଳୁଥିବା ପାଣିକୁ ନେଇ ପ୍ରଶ୍ନ ଉଠିଛି । ଡାକ୍ତର ବାୟ ନିତ୍ୟାନନ୍ଦ ସଂକେତ ଦେଇଛନ୍ତି କି, ଚୀନ ଚୁପ ଚାପ୍ ଭାରତକୁ ପ୍ରବାହିତ ହେଉôଛବା ସତଲୁଜର ଜଳକୁ ଅଟକାଉଛି । 

Advertisment

ଏକ ଜାତୀୟ ଗଣମାଧ୍ୟମର ରିପୋର୍ଟ ମୁତାବକ "ନାସା' ର ପୂର୍ବତନ ଷ୍ଟେସନ ମ୍ୟାନେଜର ଡାକ୍ତର ବାୟ ନିତ୍ୟାନନ୍ଦଙ୍କୁ ସାଟେଲାଇଟରୁ ମିଳିଥିବା ସତଲୁଜ ଜଳପ୍ରବାହର ଡାଟା ଉପରେ ଅନୁଧ୍ୟାନ କରିଛନ୍ତି । ଡାଟା କହୁଛି କି, ସତଲୁଜ ନଦୀର ଜଳ ପୂର୍ବରୁ ଭାରତକୁ ଯେତିକି ପ୍ରବାହିତ ହେଉଥିଲା ଏବେ ତାର ୭୫ ପ୍ରତିଶତ ପାଣି କମ୍ ପ୍ରବାହିତ ହେଉଛି । 

ଡାକ୍ତର ନିତ୍ୟାନନ୍ଦ ଏକ୍ସରେ କରିଥିବା ଏକ ପୋଷ୍ଟ ମୁତାବକ ଭାରତକୁ ଆସୁଥିବା ସତଲୁଜ ଜଳ ବିଗତ ୫ ବର୍ଷ ମଧ୍ୟରେ ୭୫ ପ୍ରତିଶତ କମିଯାଇଛି । ଆଗରୁ ୮ ହଜାର ଗିଗାଲିଟର ପାଣି ଭାରତକୁ ଆସୁଥିବା ବେଳେ ଏବେ ଏହା ୨ ହଜାର ଗିଗା ଲିଟରକୁ ଖସିଆସିଛି । ଏନେଇ ସେ ଚୀନ ପାଣି ରୋକୁଥିବା ଉପରେ ସନ୍ଦେହ କରିବା ସହ ପ୍ରଶ୍ନ ଉଠାଇଛନ୍ତି । 

ସତଲୁଜ ନଦୀରୁ ଭାରତ ଆସୁଥିବା ପାଣି କମିବାର ୨ ଟି କାରଣ ହୋଇପାରେ । ଗୋଟିଏ କାରଣ ଚୀନ ଜଳସ୍ରୋତର ପ୍ରବାହକୁ ବଦଳାଇଦେଇଛି କିମ୍ବା ପ୍ରାକୃତିକ କାରଣରୁ ଜଳ ପ୍ରବାହ କମିଯାଇଛି । ହେଲେ ଦ୍ୱିତୀୟ କାରଣର ସମ୍ଭାବନା କମ୍ ଅଟେ । କାରଣ  ଜଳବାୟୁ ଡାଟା କହୁଛି କି, ହିମାଳୟରେ ଗ୍ଲିସେରିୟର ଦ୍ରୁତ ଗତିରେ ତରଳିବାରେ ଲାଗିଛି ।

ହେଲେ ଏହି କଥାକୁ ନେଇ ଏବେ କୌଣସି ସାର୍ବଜନୀକ ପ୍ରମାଣ ନାହିଁ  କି ଚୀନ ଜାଣିଶୁଣି ପାକି କମ୍ କରୁଛି । ହେଲେ ସତଲୁଜ ନଦୀର ଜଳ ଉପରେ ଯେଉଁ ଚୁକ୍ତି ହୋଇଛି, ସେଥିରେ ଚୀନର ନିୟନ୍ତ୍ରଣ କ୍ଷମତା ଅଧିକ ଥିବାରୁ ଚୀନ ଉପରେ ସନ୍ଦେହ ବଢୁଛି । ସତଲୁଜ ନଦୀ ତିବତ ଦେଇ ଭାରତକୁ ପ୍ରବାହିତ ହେଉଛି ।