କ୍ୟାନସର ସୃଷ୍ଟି କରୁଥିବା କୋଷଗୁଡିକୁ ନିଷ୍କ୍ରିୟ କରିଦିଏ ପଇଡ଼ ପାଣି, ଏହି ରୋଗୀଙ୍କ ପାଇଁ ରାମବାଣ

Advertisment

ଶରୀର ପାଇଁ ପଇଡ ପାଣି ଭାରି ବଢିଆ, କ୍ୟାନସର ସୃଷ୍ଟି କରୁଥିବା କୋଷଗୁଡିକୁ କରିଦିଏ ନିଷ୍କ୍ରିୟ ।

ଶରୀର ପାଇଁ ପଇଡ ପାଣି ଭାରି ବଢିଆ, କ୍ୟାନସର ସୃଷ୍ଟି କରୁଥିବା କୋଷଗୁଡିକୁ କରିଦିଏ ନିଷ୍କ୍ରିୟ ।

ଶରୀର ପାଇଁ ପଇଡ ପାଣି ଭାରି ବଢିଆ

ଶରୀର ପାଇଁ ପଇଡ ପାଣି ଭାରି ବଢିଆ Photograph: (kanaknews)

କନକ ନ୍ୟୁଜ : ଗରମ ଦିନେ ହେଲ୍‌ଦି ଡ୍ରିଙ୍କ  ହେଉଛି  ପଇଡ଼ ପାଣି । ଖରା ଦିନେ ପଇଡ଼ ପାଣି ପିଇଲେ ଖାଲି ଶରୀରକୁ ଲାଭ ମିଳିନଥାଏ । ବରଂ ଆତ୍ମା ତୃପ୍ତ କରିଥାଏ ।  ଖରାଦିନେ  ଅଧିକ ପିଆ ଯାଉଥିବା ମୃଦୁ ପାନୀୟ ମଧ୍ୟରେ ହେଉଛି  ପଇଡ଼ ପାଣି । ଦେହ ଏବଂ ମନ ସୁସ୍ଥ ରଖିଥାଏ ପଇଡ଼ ପାଣି । ନଡ଼ିଆ ସବୁ ଫଳଠାରୁ ଭିନ୍ନ ଅଟେ, କାରଣ କଷି ଥିବା ବେଳେ ଏଥିରେ କେବଳ ପାଣି ଥାଏ  ଯାହାକୁ ଆମେ ପଇଡ଼ ପାଣି କହିଥାଉ।  ଏବଂ ଯେତେବେଳେ ଏହା ଧୀରେ ଧୀରେ ପାକଳ ହୁଏ, ସେତେବେଳେ ତାହା ମଧ୍ୟରେ ସେହି ପାଣି ଥାଏ ଓ ଧଳା ରଙ୍ଗର ଏକ ସ୍ତର ତିଆରି ହୋଇଥାଏ । ଯାହା  ଆମେ  ନଡ଼ିଆ  ପାଣି କହିଥାଉ ।  ତେବେ  ନଡ଼ିଆ ପାଣିରେ ଖଣିଜ ଲବଣ ଭରପୂର ହୋଇଥାଏ । ନଡ଼ିଆ ପାଣି ପିଇଲେ ଆମ ଶରୀରକୁ ଶକ୍ତି ମିଳିଥାଏ । ଏହା ଆମ ଶରୀରରେ ରୋଗ ପ୍ରତିରୋଧ ଶକ୍ତିକୁ ବଢ଼ାଇଥାଏ । ଫଳରେ ଶରୀରରେ କୌଣସି ରୋଗ ହେବାର ଆଶଙ୍କା କମ ହୋଇଥାଏ । ଏହା ଆମ ଶରୀରର ମୋଟାପଣକୁ ବି ଦୂର କରିଥାଏ । ନଡ଼ିଆ ପାଣି ପିଇବାଦ୍ୱାରା ଆମକୁ ବାରମ୍ବାର ଭୋକ ହୋଇ ନ ଥାଏ । ବିଶେଷ କରି ସକାଳେ ନଡ଼ିଆ ପାଣି ପିଇଲେ ଶରୀର ପାଇଁ ଅଧିକ ଲାଭଦାୟକ ହୋଇଥାଏ । ସେଇ ସମାନ  ସୁ ପ୍ରଭାବ ମଧ୍ୟ ଆମେ ପଇଡ଼ ପାଣିରୁ  ପାଇଥାଉ । ପଇଡ଼ ପାଣି ପିଇବା ଦ୍ବାରା ଶରୀରରେ ଥିବା ଅନେକ ରୋଗ ସମସ୍ୟାରୁ ମୁକ୍ତି ମିଳିଥାଏ । ଅନ୍ୟ ପାନୀୟ ତୁଳନାରେ ପଇଡ଼ ପାଣିରେ କ୍ୟାଲୋରୀର ମାତ୍ର କମ୍ ଥିବା ହେତୁ ଏହା ଶରୀରର ମେଦ ବୃଦ୍ଧି କରେ ନାହିଁ । ଏହାସହ ପଇଡ଼ ପାଣି ଶରୀରର ଜଳୀୟ ଅଂଶ ଧରି ରଖିବା ଓ ଓଜନ ହ୍ରାସ କରିବାରେ ସହାୟକ ହୋଇଥାଏ । ପଇଡ଼ ପାଣିରେ ପ୍ରଚୁର ମାତ୍ରାରେ ପୋଟାସିୟମ୍ ଥାଏ । ଏହା ମସ୍ତିଷ୍କ ଓ ସ୍ନାୟୁକୁ ଅଧିକ ସକ୍ରିୟ କରିବାରେ ବିଶେଷ ଭୂମିକା ନିଭାଇଥାଏ । ଦିନକୁ ଗୋଟିଏ ପଇଡ଼ ପିଇଲେ ପ୍ରାୟ ୧୩ ପ୍ରତିଶତ ପୋଟାସିୟମ ଶରୀରକୁ ମିଳିଥାଏ । 


ପଇଡ଼ ପାଣିରେ ପ୍ରଚୁର ମାତ୍ରାରେ ଫାଇବର୍ ରହିଛି । ଯାହା ପାଚନ କ୍ରିୟାକୁ ସୁଦୃଢ କରିବାରେ ସହାୟକ ହୋଇଥାଏ । ବିଶେଷ କରି ପଇଡ଼ ପାଣି ବଦ୍ ହଜମୀ ସମସ୍ୟାକୁ ଦୂର କରେ । କୋଷ୍ଠକାଠିନ୍ୟ ଓ ଏସିଡିଟି ସମସ୍ୟା ଦୂର କରିଥାଏ । ଓଜନ ହଟାଇବାରେ ଏହା ଏକ ସହଜ ଉପାୟ । ପଇଡ଼ ପାଣି ଓଜନ କମ କରିବା ସହ ପାଚନ ପ୍ରକ୍ରିୟା ସକ୍ରିୟ କରିଥାଏ । ଶରୀରରେ ମ୍ୟାଗ୍ନେସିୟମ ସ୍ତର କମ୍ ହେଲେ ମାଇଗ୍ରେନ ରୋଗ ହୋଇଥାଏ । ବିଶେଷଜ୍ଞଙ୍କ ମତରେ ପ୍ରତିଦିନ ପଇଡ଼ ପାଣି ପିଇଲେ ମାଇଗ୍ରେନ୍ ରୋଗ ନ ହେବା ସହ ମୁଣ୍ଡ ବିନ୍ଧା ଦୂର ହୋଇଥାଏ । ପଇଡ଼ ପାଣି ପିଇବାଦ୍ୱାରା ମଧୁମେହ ରୋଗ ନିୟନ୍ତ୍ରଣରେ ରହିଥାଏ । ପଇଡ଼ ପାଣିରେ ପ୍ରଚୁର ମାତ୍ରାରେ ଆଣ୍ଟିଅକ୍ସିଡାଣ୍ଟ ରହିଛି । ଏହା ତ୍ୱଚା ଉଜ୍ଜ୍ୱଳ ଓ ଶରୀରର ବିଭିନ୍ନ କ୍ଷତ ଚିହ୍ନ ଦୂର କରିବାରେ ସହାୟକ ହୋଇଥାଏ । ଶରୀରରେ କୌଣସି କ୍ଷତ ଚିହ୍ନ ଦୂର କରିବା ପାଇଁ ଖାଦ୍ୟରେ ପ୍ରଚୁର ମାତ୍ରାରେ ଆଣ୍ଟିଅକ୍ସିଡାଣ୍ଟ ଯୁକ୍ତ ଖାଦ୍ୟ ସାମିଲ କରନ୍ତୁ । ପଇଡ଼ ପାଣି ଏଥିପାଇଁ ବହୁତ ଭଲ ।

ପଇଡ଼ ପାଣି ଉଚ୍ଚରକ୍ତ ଚାପଜନିତ ସମସ୍ୟାକୁ ମଧ୍ୟ ଦୂର କରିବାରେ ସାହାଯ୍ୟ କରିଥାଏ । ପଇଡ଼ ପାଣି ବ୍ୟବହାର କରିବାଦ୍ୱାରା ଥକାପଣ ଦୂର ହେବା ସହ ବୟସର ପ୍ରଭାବ ଚେହେରାରେ ପଡିନଥାଏ । ସକାଳେ ପଇଡ଼ ପାଣି ପିଇବାଦ୍ୱାରା ଦିନ ସାରା କାମ କରିବାକୁ ଶକ୍ତି ମିଳେ । ବୈଜ୍ଞାନିକମାନେ ପ୍ରକାଶ କରିଛନ୍ତି, ପଇଡ଼ ପାଣିରେ ଥିବା ଏକପ୍ରକାର ହରମୋନ୍ ଶରୀରର ଉତ୍ତମ କୋଷଗୁଡିକ ସକ୍ରିୟ କରେ । ଏହାଦ୍ୱାରା କ୍ୟାନସର ସୃଷ୍ଟି କରୁଥିବା କୋସଗୁଡିକୁ ନିଷ୍କ୍ରିୟ କରିଦିଏ । ନିୟମିତ ପଇଡ଼ ପାଣି ପିଇବାଦ୍ୱାରା ହୃଦୟ ଜନିତ ରୋଗ ହୋଇନଥାଏ ।  ଯେଉଁମାନେ କିଡ୍‌ନୀ ଷ୍ଟୋନ୍‌ ସମସ୍ୟାର ସମାଧାନ ଚାହୁଁଛନ୍ତି ବା ତାହା ନହେଉ ବୋଲି ଚାହୁଁଛନ୍ତି, ସେଥିପାଇଁ ପଇଡ଼ ପାଣି ପିଇବା ଉଚିତ୍‌ । ଗର୍ଭବତୀମାନେ ମଧ୍ୟ ପଇଡ଼ ପାଣି ପିଇବା ଉଚିତ୍‌ । କାରଣ ଗର୍ଭାବସ୍ଥାରେ ମହିଳାମାନଙ୍କୁ ପଇଡ଼ ପାଣି ସୁସ୍ଥ ରଖିଥାଏ । ତା’ଛଡ଼ା ସେମାନେ ସହଜରେ କୌଣସି ସଂକ୍ରମଣର ଶିକାର ହୋଇ ନ ଥାଆନ୍ତି । ଗର୍ଭବତୀ ମହିଳାମାନେ ପଇଡ ପାଣି ପିଇଲେ ନବଜାତ ଶିଶୁର ରଙ୍ଗ ଗୋରା ହୋଇଥାଏ ବୋଲି କୁହାଯାଏ । ପଇଡ ପାଣି ପିଇଲେ ମାଂସପେଶୀରେ ବିନ୍ଧା ଛିଟିକା ହେଉଥିଲେ ତାହା କମିଥାଏ । ତା’ଛଡା ଏହା ମାନସିକ ଚାପକୁ ହ୍ରାସ କରିବାରେ ମଧ୍ୟ ସହାୟକ ହୋଇଥାଏ ।  
ଯଦି ଆପଣଙ୍କ ମୁହଁରେ ବ୍ରଣର ଦାଗ କିମ୍ବା ଅନ୍ୟ କୌଣସି ଚିହ୍ନ ରହିଥାଏ ତେବେ ପଇଡ ପାଣିର ବ୍ୟବହାରଦ୍ୱାରା ସେଥିରୁ ମୁକ୍ତି ମିଳିଥାଏ ।   
ନଡିଆ ପାଣି ସ୍ୱାସ୍ଥ୍ୟ  ଲାଗି ଭାରି ଉପକାରୀ ।  ତେଣୁ ଏହାକୁ ପିଇବାକୁ କେବେ ଭୁଲନ୍ତୁ ନାହିଁ । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe