କନକ ବ୍ୟୁରୋ: ୮ ଦିନ ବିତିଗଲା । ଦେଢଶହ ଫୁଟ ଗଭୀର  ବୋରୱେଲ ଗାତ ଭିତରେ ଫସି ରହିଛି ୩ ବର୍ଷର ଝିଅ ଚେତନା । କେମିତି ଅଛି ଚେତନା, ତା ପାଖରେ ଖାଦ୍ୟ-ପାନୀୟ ପହଞ୍ଚିଛି କି ନାହିଁ, ସେ କିଛି ଖାଇଛି କି ନାହିଁ, ସେନେଇ ପ୍ରଶାସନ ପକ୍ଷରୁ କୌଣସି ସ୍ପଷ୍ଟ ସୂଚନା ଦିଆଯାଇନାହିଁ । ଏଥିରେ ଭାଙ୍ଗିପଡ଼ିଛନ୍ତି ଚେତନାର ପରିବାର । ଚେତନାର ମାଆ ଧୋଲି ଦେବୀ ଝିଅକୁ ଶୀଘ୍ର ଉଦ୍ଧାର ପାଇଁ ପ୍ରଶାସନକୁ ହାତଯୋଡି ଅନୁରୋଧ କରିଛନ୍ତି । ତେବେ  ଚେତନାକୁ ଉଦ୍ଧାର କରିବା ପାଇଁ ନିଜ ଜୀବନକୁ ବାଜି ଲଗାଇ ଦେଇଛନ୍ତି ଉଦ୍ଧାରକାରୀ ଟିମ୍ । ରାଟ ମାଇନର ଟିମ୍ ନିଜ ହାତରେ ୭ ଫୁଟ ଟନେଲ ଖୋଲିଛନ୍ତି । ଟାଣ ଟନେଲ ଖୋଳିବା ବେଳେ ଚେତନା ପ୍ରତି ଯେପରି କୌଣସି କ୍ଷତି ନପହଞ୍ଚେ ସେଥିପ୍ରତି ନଜର ରଖାଯାଇଛି । ଆଉ ମାତ୍ର ଦେଢ଼ଫୁଟ ଚଟାଣ ଖୋଳିବା ବାକି ଅଛି ।  ଜିଲ୍ଲାପାଳ କଳ୍ପନା ଅଗ୍ରୱାଲ କହିଛନ୍ତି, ଏହା ରାଜସ୍ଥାନର ସବୁଠାରୁ ବଡ଼  କଷ୍ଟକର ଅପରେସନ ।

Advertisment