ଗଜପତିରେ ୨୦ ଘଣ୍ଟାରୁ ଅଧିକ ସମୟ ଧରି ଚାଲିଛି ଉଦ୍ଧାର କାର୍ଯ୍ୟ: ମାଟି ତଳେ ଚାପି ହୋଇଥିବା ବାପା-ପୁଅଙ୍କୁ ଉଦ୍ଧାର ପାଇଁ ଚାଲିଛି ପ୍ରୟାସ

ଗତକାଲି ରାତିରେ ଅନ୍ଧକାର କାରଣରୁ ଉଦ୍ଧାର କାର୍ଯ୍ୟ ସମ୍ଭବ ପର ହୋଇ ପାରି ନଥିଲା । ଆଜି ସକାଳୁ ଅଗ୍ନିଶମ ବାହିନୀ ଓ ପୁଲିସ କର୍ମଚାରୀଙ୍କ ମିଳିତ ଉଦ୍ୟମରେ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଛି ।

54

Photograph: (KANAK NEWS)

କନକ ବ୍ୟୁରୋ: ଲଗାଣ ବର୍ଷା ଯୋଗୁଁ ଗଜପତି ଜିଲ୍ଲା ପେକଟ ଗାଁ ନିକଟରେ ଭୂସ୍ଖଳନ ହୋଇଛି । ଚାଷ ଜମିରୁ ଫେରିବା ବେଳେ ପାହାଡ଼ ଧସି ପାଣି ମାଡି ଆସିବାରୁ ଦୁଇ ଜଣ ନିଖୋଜ ଅଛନ୍ତି । ଗତକାଲି ରାତିରେ ଅନ୍ଧକାର କାରଣରୁ ଉଦ୍ଧାର କାର୍ଯ୍ୟ ସମ୍ଭବ ପର ହୋଇ ପାରି ନଥିଲା । ଆଜି ସକାଳୁ ଅଗ୍ନିଶମ ବାହିନୀ ଓ ପୁଲିସ କର୍ମଚାରୀଙ୍କ ମିଳିତ ଉଦ୍ୟମରେ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଛି । ଘଟଣା ସମ୍ପର୍କରେ ଖବର ପାଇ ଜିଲ୍ଲାପାଳଙ୍କ ସହ ଆଲୋଚନା ପରେ ତୁରନ୍ତ ସହାୟତା ଯୋଗାଇଦେବା ସହ ସ୍ଥିତିର ଅନୁଧ୍ୟାନ ପାଇଁ ମନ୍ତ୍ରୀ ବିଭୁତି ଜେନାଙ୍କୁ ନିର୍ଦ୍ଦେଶ ଦେଇଥିଲେ ମୁଖ୍ୟମନ୍ତ୍ରୀ । ବିଳମ୍ବିତ ରାତିରେ ମନ୍ତ୍ରୀ ଘଟଣା ସ୍ଥଳରେ ପହଞ୍ଚି ଗ୍ରାମବାସୀଙ୍କ ସହ ଆଲୋଚନା କରି ସ୍ଥିତିର ଅନୁଧ୍ୟାନ କରିଛନ୍ତି । ଅଗ୍ନିଶମ ବିଭାଗ ବ୍ରହ୍ମପୁରର ଏକ ସ୍ବତନ୍ତ୍ର ଟିମ୍ ଘଟଣାସ୍ଥଳରେ ପହଞ୍ଚି ବରିଷ୍ଠ ଅଧିକାରୀଙ୍କ ନେତୃତ୍ବରେ ସନ୍ଧାନୀ କୁକୁର ସାହାଯ୍ୟରେ ଅନୁସନ୍ଧାନ ଆରମ୍ଭ କରିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe