ବରଗଡ଼ ଜଙ୍ଗଲରୁ ଯୁବତୀ ଉଦ୍ଧାର ଘଟଣା । ଯୁବତୀଙ୍କୁ ନ୍ୟାୟ ଦାବିରେ ୨୧ ତାରିଖରେ ବରଗଡ ବନ୍ଦ ଡାକରା ।

uu

କନକ ବ୍ୟୁରୋ: ବରଗଡ ଜଙ୍ଗଲରୁ ଉଦ୍ଧାର ଯୁବତୀଙ୍କୁ ନ୍ୟାୟ ଦାବୀ ନେଇ ସର୍ବ ଦଳୀୟ ବୈଠକ ବସିଛି । ଏଥିରେ  ଆସନ୍ତା ୨୧ ତାରିଖ ମଙ୍ଗଳବାର ଦିନ ୧୨ ଘଣ୍ଟିଆ ବରଗଡ ବନ୍ଦ ଡାକରା ଦିଆଯାଇଛି । ବର୍ତ୍ତମାନ ମଧ୍ୟ  ଘଟଣାରେ ପୁଲିସ ଅନ୍ଧାରରେ ବାଡି ବୁଲାଉଛି । ପୀଡିତାଙ୍କୁ ନ୍ୟାୟ ଦାବିରେ ବରଗଡ ନାଗରିକ କମିଟି ପକ୍ଷରୁ ସର୍ବଦଳୀୟ ବୈଠକ ଡକାଯାଇଥିଲା । ଏହି ବୈଠକରେ ସମସ୍ତଙ୍କ  ସହ ସହମତି କ୍ରମେ ବନ୍ଦ ଡକରା ପାଇଁ ଆହ୍ବାନ ଦିଆଯାଇଛି । ବୈଠକରେ ବରଗଡ ନାଗରିକ କମିଟି ସହିତ ଜିଲ୍ଲା ଓକିଲ ସଂଘ, କୃଷକ ସଂଘଠନ, ବିଜେଡି, କଂଗ୍ରେସ, ଆମ ଆଦମୀ ପାର୍ଟିର ସଦସ୍ୟ ସାମିଲ ହୋଇଥିଲେ । ସର୍ବଦଳୀୟ ବୈଠକରେ  ବିଜେପି ସଦସ୍ୟ ଅନୁପସ୍ଥିତ ଥିଲେ ବି ବନ୍ଦକୁ ସମର୍ଥନ ଘୋଷଣା କରିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe