କନକ ବ୍ୟୁରୋ: ବରଗଡ ଜଙ୍ଗଲରୁ ଉଦ୍ଧାର ଯୁବତୀଙ୍କୁ ନ୍ୟାୟ ଦାବୀ ନେଇ ସର୍ବ ଦଳୀୟ ବୈଠକ ବସିଛି । ଏଥିରେ ଆସନ୍ତା ୨୧ ତାରିଖ ମଙ୍ଗଳବାର ଦିନ ୧୨ ଘଣ୍ଟିଆ ବରଗଡ ବନ୍ଦ ଡାକରା ଦିଆଯାଇଛି । ବର୍ତ୍ତମାନ ମଧ୍ୟ ଘଟଣାରେ ପୁଲିସ ଅନ୍ଧାରରେ ବାଡି ବୁଲାଉଛି । ପୀଡିତାଙ୍କୁ ନ୍ୟାୟ ଦାବିରେ ବରଗଡ ନାଗରିକ କମିଟି ପକ୍ଷରୁ ସର୍ବଦଳୀୟ ବୈଠକ ଡକାଯାଇଥିଲା । ଏହି ବୈଠକରେ ସମସ୍ତଙ୍କ ସହ ସହମତି କ୍ରମେ ବନ୍ଦ ଡକରା ପାଇଁ ଆହ୍ବାନ ଦିଆଯାଇଛି । ବୈଠକରେ ବରଗଡ ନାଗରିକ କମିଟି ସହିତ ଜିଲ୍ଲା ଓକିଲ ସଂଘ, କୃଷକ ସଂଘଠନ, ବିଜେଡି, କଂଗ୍ରେସ, ଆମ ଆଦମୀ ପାର୍ଟିର ସଦସ୍ୟ ସାମିଲ ହୋଇଥିଲେ । ସର୍ବଦଳୀୟ ବୈଠକରେ ବିଜେପି ସଦସ୍ୟ ଅନୁପସ୍ଥିତ ଥିଲେ ବି ବନ୍ଦକୁ ସମର୍ଥନ ଘୋଷଣା କରିଛି ।
ବରଗଡ଼ ଜଙ୍ଗଲରୁ ଯୁବତୀ ଉଦ୍ଧାର ଘଟଣା । ଯୁବତୀଙ୍କୁ ନ୍ୟାୟ ଦାବିରେ ୨୧ ତାରିଖରେ ବରଗଡ ବନ୍ଦ ଡାକରା ।
/kanak/media/media_files/2025/01/18/ee7qJEIyMPP91BhsBQcg.jpg)