କୋଇଲା ଖଣିରେ ଫସି ରହିଛନ୍ତି ୧୦ରୁ ଅଧିକ ଶ୍ରମିକ । ଉଦ୍ଧାର ପାଇଁ ଚାଲିଛି ଉଦ୍ୟମ ।

Advertisment

୩୪ଘଣ୍ଟାରୁ ଅଧିକ ସମୟ ହେବ ଫସିରହିଛନ୍ତି ଶ୍ରମିକ । ଉଦ୍ଧାର ପାଇଁ ଏସଡିଆରଏଫ, ଏନଡିଆରଏଫ ଓ ଭାରତୀୟ ସେନାର ମିଳିତ ଉଦ୍ୟମ ଜାରି ।

୩୪ଘଣ୍ଟାରୁ ଅଧିକ ସମୟ ହେବ ଫସିରହିଛନ୍ତି ଶ୍ରମିକ । ଉଦ୍ଧାର ପାଇଁ ଏସଡିଆରଏଫ, ଏନଡିଆରଏଫ ଓ ଭାରତୀୟ ସେନାର ମିଳିତ ଉଦ୍ୟମ ଜାରି ।

କୋଇଲା ଖଣିରେ ଶ୍ରମିକ

Photograph: (kanaknews)

କନକ ବ୍ୟୁରୋ :  ଆସାମର ଡିମା ହାସାଓ ଜିଲ୍ଲାର ଶିଳ୍ପ ସହର ଉମରାଙ୍ଗସୋରେ ଏକ ବଡ଼ ଦୁର୍ଘଟଣା ଘଟିଛି । ଏଠାରେ ୩୦୦ ଫୁଟ ଗଭୀର ଖଣି ଖୋଳିବା ବେଳେ ପାଣି ପଶିଯିବାରୁ 9 ଜଣ ଖଣି ଶ୍ରମିକ ଫସି ରହିଛନ୍ତି । ଯାହା ପରେ ପ୍ରଶାସନ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଛି । ଏହି ଅଞ୍ଚଳ ମେଘାଳୟ ସୀମା ନିକଟରେ ରହିଛି । ଶ୍ରମିକମାନେ ୫୦ରୁ ୧୦୦ ଫୁଟ ମଧ୍ୟରେ ଫସି ରହିଥିବା କୁହାଯାଉଛି । ଆସାମ ପୁଲିସ ଓ ଏନଡିଆରଏଫ ଉଦ୍ଧାର କାର୍ଯ୍ୟରେ ଲାଗିଛି । ବର୍ତ୍ତମାନ ଦୁଇଟି ମୋଟର ପମ୍ପ ସାହାଯ୍ୟରେ ଟନେଲରୁ ପାଣି ବାହାର କରାଯାଉଛି । ଉଦ୍ଧାର କାର୍ଯ୍ୟ ପାଇଁ ଗୁଆହାଟୀରୁ ଅନେକ ଟିମ୍ ମଧ୍ୟ ପଠାଯାଇଛି । କୁହାଯାଉଛି ର୍ୟାଟ ହୋଲ ପାଇଁ ଏହି ଅଘଟଣ ଘଟିଛି , ଏହି କୌଶଳକୁ ବିବାଦୀୟ ଏବଂ ବିପଜ୍ଜନକ ବୋଲି ବିବେଚନା କରାଯାଏ ।

 ଏହି କୌଶଳରେ ୪ ଫୁଟରୁ କମ୍ ଚଉଡା ଗାତ ଖୋଳାଯାଇଥାଏ । ଯାହା ପରେ କୋଇଲା ଉତ୍ତୋଳନ କରାଯାଏ । ଶ୍ରମିକମାନେ କୋଇଲା ଖନନ କରିବା ପରେ ପାର୍ଶ୍ବରୁ ଅଧିକ ସୁଡ଼ଙ୍ଗ ଖୋଳାଯାଇଥାଏ । ଯେଉଁଥିରେ ଉତ୍ତୋଳିତ କୋଇଲା ଫିଙ୍ଗି ଦିଆଯାଏ । ପରେ ଏହାକୁ ବାହାର କରି ଦିଆଯାଏ । ମେଘାଳୟ ଏବଂ ଆସାମର ଅନେକ ସ୍ଥାନରୁ ଏହି କୌଶଳରେ ଖନନ କରାଯାଏ । ଏଠାରେ ଅନେକ ପତଳା କୋଇଲା ଟନେଲ ରହିଛି । ସୁଡ଼ଙ୍ଗଗୁଡ଼ିକର ଆକାର ଛୋଟ, ତେଣୁ କିଶୋର ଏବଂ ଛୋଟ ପିଲାଙ୍କ ସାହାଯ୍ୟ ମଧ୍ୟ ନିଆଯାଏ । କାମ ବଦଳରେ ଟଙ୍କା ଲୋଭରେ ଅନେକ ପିଲା ନିଜକୁ ବୟସ୍କ ବୋଲି କହନ୍ତି । ରାଟ୍ ହୋଲ ଟନେଲ ସଂକୀର୍ଣ୍ଣ, ଯାହା ପରିବେଶ ପାଇଁ କ୍ଷତିକାରକ ବୋଲି ବିବେଚନା କରାଯାଏ । କାରଣ ଖଣିରୁ ବାହାରୁଥିବା ଏସିଡ୍ ପାଣି ଓ ଭାରୀ ଧାତୁ ପୃଥିବୀକୁ କ୍ଷତି ପହଞ୍ଚାଇଥାଏ । ଏହା ଦ୍ୱାରା ଚାଷ ଓ ମନୁଷ୍ୟ ବ୍ୟବହାର ପାଇଁ ବ୍ୟବହୃତ ଜଳଉତ୍ସର ପାଣି ବିଷାକ୍ତ ହୋଇଥାଏ । ଏହା ପୂର୍ବରୁ ୨୦୧୮ରେ ମେଘାଳୟର ପୂର୍ବ ଜୟନ୍ତିଆ ହିଲ୍ସ ଜିଲ୍ଲାରେ ଏକ ବଡ଼ ଦୁର୍ଘଟଣା ଘଟିଥିଲା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe