କନକ ବ୍ୟୁରୋ: ଭାରତ ଓ ଆମେରିକା ମଧ୍ୟରେ ଟାରିଫ ଓ ରୁଷଠୁ ତେଲ ଆମଦାନୀକୁ ନେଇ ତିକ୍ତତା ବଢ଼ିବାରେ ଲାଗିଛି । ଏହାରି ଭିତରେ ଜାତିସଂଘରେ ଆମେରିକାର ପୂର୍ବତନ ରାଷ୍ଟ୍ରଦୂତ ନିକି ହେଲିଙ୍କ ବଡ ବୟାନ ଦେଇଛନ୍ତି । ନିକିଙ୍କ କହିଛନ୍ତି ଯେ ଯଥାଶିଘ୍ର ଭାରତ ଓ ଆମେରିକା ମଧ୍ୟରେ ଚାଲିଥବା ମତାନ୍ତର ଦୂର ହେବା ଜରୁରୀ ।ରୁଷଠୁ ତେଲ ଆମଦାନୀ ପ୍ରସଙ୍ଗରେ ଉଭୟ ଶକ୍ତିଶାଳୀ ରାଷ୍ଟ୍ରମଧ୍ୟରେ ଚାଲିଥିବା ବିବାଦର ସମାଧାନ ହେବା ଆବଶ୍ୟକ ।
ଯଦି କୌଣସି ଭୁଲ ବୁଝାମଣା ରହିଛି ବା ମତାନ୍ତର ରହିଛି ଏନେଇ ଦୁଇ ରାଷ୍ଟ୍ରମୁଖ୍ୟ ସିଧାସଳଖ ଆଲୋଚନା କରିବା ଉଚିତ । ଅନ୍ୟପଟେ ଚୀନକୁ ଟାରିଫ କୋହଳ କରିଛି ଅନ୍ୟପଟେ ନିକିଙ୍କ ବିପରିତ ବୟାନ ନୂଆ ଚର୍ଚ୍ଚା ସୃଷ୍ଟି କରିଛି । ଚୀନର ମୁକାବିଲା ପାଇଁ ଆମେରିକାକୁ ଭାରତ ଆବଶ୍ୟକ ଏବଂ ଦୁଇ ଦେଶ ମଧ୍ୟରେ ସମ୍ପର୍କ ପୁନଃନିର୍ମାଣ ଉପରେ ସେ ଗୁରୁତ୍ୱାରୋପ କରିଛନ୍ତି । ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ରେ ଏକ ପୋଷ୍ଟରେ ହେଲି କହିଛନ୍ତି, ଚୀନ୍ର ମୁକାବିଲା ପାଇଁ ଆମେରିକାକୁ ଭାରତ ରୂପରେ ଜଣେ ବନ୍ଧୁ ଆବଶ୍ୟକ । ଏହା ସହିତ, ହେଲି ଭାରତକୁ ପରାମର୍ଶ ଦେଇଛନ୍ତି ଯେ ରୁଷୀୟ ତୈଳ କିଣିବାକୁ ଡୋନାଲ୍ଡ ଟ୍ରମ୍ପଙ୍କ ଆପତ୍ତି ସମ୍ପର୍କରେ ହ୍ୱାଇଟ୍ ହାଉସ୍ ସହିତ ସମାଧାନ ଖୋଜିବାକୁ ଚେଷ୍ଟା କରିବା ଉଚିତ। ନିକି ହେଲି କହିଛନ୍ତି ।
ଆପୋଷ ବୁଝାମଣା କରନ୍ତୁ ‘ଭାରତ-ଆମେରିକା’
-ଆମେରିକାକୁ ଲୋଡ଼ା ଭାରତର ସମର୍ଥନ
-ଟାରିଫ ଟେନସନ, ତେଲ ବିବାଦ ଭିତରେ ନିକିଙ୍କ ବଡ ବୟାନ
-ରୁଷଠୁ ତେଲ କିଣିବା ପ୍ରସଙ୍ଗରେ ଟ୍ରମ୍ପଙ୍କ କଥାକୁ ଗମ୍ଭୀରତା ସହ ଗ୍ରହଣ କରୁ ଭାରତ
-ହ୍ବାଇଟହାଉସ ସହ ଏକାଠି ମିଶି ସମାଧାନ କରୁ ଭାରତ
-ଯେତେଶିଘ୍ର ମତଭେଦ ଦୂର ହେବ ଉଭୟଙ୍କ ପାଇଁ ସେତେ ଭଲ
-ଚୀନର ମୁକାବିଲା ପାଇଁ ଭାରତର ସହଯୋଗ ଆବଶ୍ୟକ
-ଆମେରିକା ଓ ଭାରତ ବିବାଦରୁ ଫାଇଦା ଉଠାଇପାରେ ଚୀନ
-ଭାରତର ସମର୍ଥନ ଆମେରିକାକୁ ଆବଶ୍ୟକ
-ଉଭୟ ମୋଦୀ ଓ ଟ୍ରମ୍ପଙ୍କୁ ସିଧାସଳଖ ଆଲୋଚନା ପାଇଁ ଅପିଲ