କନକବ୍ୟୁରୋ : ଆଜି ଜାନୁଆରୀ ମାସ ତା , ୨୬/୧/୨୬ ରିଖ ଦିନ କେନ୍ଦ୍ରୀୟ ବିଦ୍ୟାଳୟ ରାଉରକେଲା ପରିସରରେ ସତସ୍ତରୀତମ ସାଧାରଣତନ୍ତ୍ର ଦିବସ ବଡ଼ ଧୂମଧାମ ରେ ପାଳିତ ହୋଇଯାଇଛି  l ସାଧାରଣତନ୍ତ୍ର  ଦିବସ ଅବସରରେ ମୁଖ୍ୟ ଅତିଥି ରୂପେ ବିଦ୍ୟାଳୟର ନୋମିନି ଚେୟାରମ୍ୟାନ ଶ୍ରୀମତୀ ସୁନିତା ସିଂ, ରାଉରକେଲା ଇସ୍ପାତ କାରଖାନାର ଉତ୍ପାଦନ ଯୋଜନା ଏବଂ ନିୟନ୍ତ୍ରଣ ର ମୁଖ୍ୟ ମହାପ୍ରବନ୍ଧକ ଯୋଗ ଦେଇ ଛାତ୍ରଛାତ୍ରୀ ମାନଙ୍କୁ ସମ୍ବୋଧନ କରି ଆମ ଦେଶର ଗୌରବ ମୟ ଇତିହାସ ଓ ଦେଶପ୍ରେମୀ ମାନଙ୍କ ସ୍ମୃତି ଚାରଣ କରିବା ସହ ସମ୍ବିଧାନ ପ୍ରତିଷ୍ଠାର ମହତ୍ୱ ବର୍ଣ୍ଣନା କରି ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିଥିଲେ ଏବଂ ପତାକା ଉତ୍ତୋଳନ କରିଥିଲେ l

Advertisment

ଏହା ପରେ ଜାତୀୟ ସଂଗୀତ ପରିବେଷଣ କରାଯାଇଥିଲା l ଏହି ଶୁଭ ଅବସରରେ ବିଦ୍ୟାଳୟର ଅଧକ୍ଷ ଶ୍ରୀଯୁକ୍ତ ସୁଜିତ ରୟ  ସମସ୍ତ ଛାତ୍ରଛାତ୍ରୀମାନଙ୍କୁ ସମ୍ବୋଧନ କରି ଭବିଷ୍ୟତରେ  ଦାୟିତ୍ୱ ସମ୍ପନ୍ନ ସୁନାଗରିକ ହେବାପାଇଁ ପ୍ରେରଣା ଦେବା ସହ କିପରି ଆମ ଦେଶର ସମ୍ମାନ ରକ୍ଷାକରିବେ ଏବଂ ଆମ ଦେଶର ଶିକ୍ଷ୍ୟା, ସଭ୍ୟତା,ସଂସ୍କୃତି , ପରମ୍ପରା, ଆଦର୍ଶ କୁ ଅକ୍ଷୁର୍ଣ୍ଣ ରଖି ଜାତି ପ୍ରେମବହ୍ନିକୁ ପ୍ରଜ୍ଜ୍ୱଳିତ କରିବାକୁ ବାର୍ତ୍ତା ଦେଇଥିଲେ l

ଭାରତର ମହାନ ସ୍ୱାଧୀନତା ସଂଗ୍ରାମୀ ଓ ବୀର ମାନଙ୍କ ଗାଥା କହିବା ସହ ଛାତ୍ରଛାତ୍ରୀମାନଙ୍କ ମନରେ ଜାତୀୟତା ଭାବ ଉଦ୍ରେକ କରିଥିଲେ  l  ଏହାପରେ ଛାତ୍ରଛାତ୍ରୀ ମାନଙ୍କ କଣ୍ଠରେ ସୁମଧୁର ଦେଶାତ୍ମବୋଧକ ସଙ୍ଗୀତ ଗାନ କରାଯାଇଥିଲା, ସୁନ୍ଦର ନୃତ୍ୟ ପରିବେଷଣ କରାଯାଥିଲା, ରଙ୍ଗୋଲି, କଲର ପାର୍ଟି କାର୍ଯ୍ୟକ୍ରମ କରାଯିବା ସହ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ଚିତ୍ତାକର୍ଷକ ପ୍ୟାରେଡ଼ କରାଯାଇଥିଲା  l ଶେଷରେ ବିଦ୍ୟାଳୟର ବରିଷ୍ଠ ଶିକ୍ଷୟିତ୍ରୀ  ଶ୍ରୀମତୀ ଉଷା କିରଣ ମୁଖ୍ୟ ଅତିଥିଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ଏବଂ   ସମସ୍ତଙ୍କୁ ମିଷ୍ଟାନ୍ନ ବଣ୍ଟନ କରାଯାଇ ଏହି କାର୍ଯ୍ୟକ୍ରମକୁ ଶେଷ କରାଯାଇଥିଲା   l