ଗଣତନ୍ତ୍ର ଦିବସ : ରାହୁଲ-ଖଡ୍‌ଗେଙ୍କୁ ପଛପଟେ ଆସନ ଦେବା ନେଇ ଉଠିଲା ପ୍ରଶ୍ନ

Advertisment

ଗଣତନ୍ତ୍ର ଦିବସ ପରେଡରେ ବିରୋଧୀ ନେତାଙ୍କ ପାଇଁ ବସିବା ବ୍ୟବସ୍ଥାକୁ ନେଇ କଂଗ୍ରେସ ଦଳ ମୋଦୀ ସରକାରଙ୍କୁ ପ୍ରଶ୍ନ ଉଠାଇଛି।

ଗଣତନ୍ତ୍ର ଦିବସ ପରେଡରେ ବିରୋଧୀ ନେତାଙ୍କ ପାଇଁ ବସିବା ବ୍ୟବସ୍ଥାକୁ ନେଇ କଂଗ୍ରେସ ଦଳ ମୋଦୀ ସରକାରଙ୍କୁ ପ୍ରଶ୍ନ ଉଠାଇଛି।

rahul

Photograph: (kanaknews)

କନକ ବ୍ୟୁରୋ : ଗଣତନ୍ତ୍ର ଦିବସ ପରେଡରେ ବିରୋଧୀ ନେତାଙ୍କ ପାଇଁ ବସିବା ବ୍ୟବସ୍ଥାକୁ ନେଇ କଂଗ୍ରେସ ଦଳ ମୋଦୀ ସରକାରଙ୍କୁ ପ୍ରଶ୍ନ ଉଠାଇଛି। ବିରୋଧୀ ନେତା ରାହୁଲ ଗାନ୍ଧୀ ଏବଂ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖାର୍ଗେଙ୍କ ସମେତ ବିରୋଧୀ ନେତାମାନଙ୍କୁ ପଛରେ ବସାଇ ଅପମାନିତ କରିଥିବା ନେଇ କଂଗ୍ରେସ ଅଭିଯୋଗ କରିଛି। ଏହା ବ୍ୟତୀତ କଂଗ୍ରେସ ଦଳ ଏହି ସମ୍ପର୍କରେ ୨୦୧୪ ମସିହାର ଏକ ଫଟୋ ସେୟାର କରିଛି।

ଅଧିକ ପଢନ୍ତୁ... ବରଫ ଝଡ଼ ଯୋଗୁ ଦୁର୍ଘଟଣାଗସ୍ତ ହେଲା ଆମେରିକାର ଘରୋଇ ବିମାନ : ୭ ମୃତ୍ୟୁ

ଏହି ଫଟୋରେ ବିରୋଧୀ ନେତା ଭାବରେ ଲାଲକୃଷ୍ଣ ଆଡଭାନୀଙ୍କୁ ପରେଡ ସମୟରେ ଆଗ ଧାଡ଼ିରେ ବସିଥିବା ଦେଖାଯାଇଛି। କଂଗ୍ରେସ ସାଂସଦ ବିବେକ ତନଖା ଏବଂ ମାନିକମ ଟାଗୋର ଗଣତନ୍ତ୍ର ଦିବସ ପରେଡ ସମୟରେ ପଛ ଧାଡ଼ିରେ ଦଳର ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ ଏବଂ ସାଂସଦ ରାହୁଲ ଗାନ୍ଧୀଙ୍କ ପାଇଁ ବସିବା ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠାଇଛନ୍ତି। ସେମାନେ ୨୦୧୪ ମସିହାର ଏକ ଫଟୋ ସେୟାର କରିଛନ୍ତି । 

ଏହି ଫଟୋରେ ବିରୋଧୀ ନେତା ଭାବରେ ଲାଲକୃଷ୍ଣ ଆଡଭାନୀଙ୍କୁ ଆଗ ଧାଡିରେ ବସିଛନ୍ତି। କଂଗ୍ରେସ ସାଂସଦମାନେ କହିଛନ୍ତି ଯେ ଯେତେବେଳେ ଲାଲକୃଷ୍ଣ ଆଡଭାନୀ ବିରୋଧୀ ନେତା ଥିଲେ। ସେତେବେଳେ ତାଙ୍କୁ ଆଗ ଧାଡ଼ିରେ ବସାଇଥିଲେ। କିନ୍ତୁ ସରକାର ଏବେ ବିରୋଧୀ ନେତାମାନଙ୍କୁ ପଛରେ ବସାଇ ଅପମାନିତ କରିବାକୁ ଚାହୁଁଛନ୍ତି କି? କଂଗ୍ରେସ ନେତା ମଣିକମ୍ ଟାଗୋର ମଧ୍ୟ ପ୍ରୋଟୋକଲ୍ ଉପରେ ପ୍ରଶ୍ନ ଉଠାଇଥିଲେ।

ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ରେ ଏକ ପୋଷ୍ଟରେ ଟାଗୋର ଲେଖିଛନ୍ତି, ଏହା ୨୦୧୪ ମସିହାରେ ଥିଲା - ଦେଖ ସେତେବେଳେ ଲାଲକୃଷ୍ଣ ଆଡଭାନୀ କେଉଁଠାରେ ବସିଥିଲେ? ଏବେ ଏହି ପ୍ରୋଟୋକଲ୍ ତ୍ରୁଟି କାହିଁକି? ସେ ପ୍ରଶ୍ନ କରିଥିଲେ ଯେ ଏହା କ'ଣ ମୋଦୀ ଏବଂ ଶାହ ଖଡ଼ଗେ ଏବଂ ରାହୁଲଙ୍କୁ ଅପମାନିତ କରିବାକୁ ଚାହୁଁଥିଲେ? ବିରୋଧୀ ନେତାମାନଙ୍କୁ ଏପରି ଅପମାନିତ କରାଯାଇପାରିବ ନାହିଁ, ବିଶେଷକରି ଗଣତନ୍ତ୍ର ଦିବସରେ।

ବିରୋଧୀ ଦଳ ନେତା ଭାବେ ରାହୁଲ ଗାନ୍ଧୀଙ୍କୁ ଅଣଦେଖା କରାଯାଇଥିବା କଂଗ୍ରେସ ଅଭିଯୋଗ 
ରାହୁଲ ଓ ଖଡ଼ଗେଙ୍କୁ ଗଣତନ୍ତ୍ର ଦିବସ ପରେଡ୍‌ରେ ତୃତୀୟ ଧାଡିରେ ବସିବାକୁ ନେଇ କଂଗ୍ରେସ ପ୍ରଶ୍ନ 
‘ଏହା ଦ୍ୱାରା ପ୍ରୋଟୋକଲ୍ ଉଲ୍ଲଙ୍ଘନ କରାଯାଇଛି ଏବଂ ଗଣତାନ୍ତ୍ରିକ ନିୟମକୁ କ୍ଷୁର୍ଣ୍ଣ କରାଯାଇଛି’ 
ସୁରଜେୱାଲା କହିଛନ୍ତି, ଏହା ସରକାରଙ୍କ ମନୋଭାବନାକୁ ପ୍ରତିଫଳିତ କରୁଛି, ପ୍ରୋଟୋକଲ୍ ନୁହେଁ
ଏହା କେବଳ ଏକ ହୀନମନ୍ୟତା ଗ୍ରସ୍ତ ସରକାରଙ୍କ ହତାଶାକୁ ପ୍ରକାଶ କରୁଛି: ରଣଦୀପ ସୁରଜେୱାଲା
ଗଣତନ୍ତ୍ରରେ ମତଭେଦ ରହିବ, କିନ୍ତୁ ରାହୁଲ ଗାନ୍ଧୀ ପ୍ରତତ ଏଭଳି ବ୍ୟବହାର ଅଗ୍ରହଣୀୟ:କଂଗ୍ରେସ
କଂଗ୍ରେସର ଅଭିଯୋଗକୁ ପ୍ରତ୍ୟାଖ୍ୟାନ କରି ବିଜେପି ଜାତୀୟ ମୁଖପାତ୍ର ଶେହଜାଦ୍ ପୁନାୱାଲା
‘ଗଣତନ୍ତ୍ର ଦିବସ ଉତ୍ସବରେ ବସିବା ବ୍ୟବସ୍ଥା ପ୍ରତିଷ୍ଠିତ ପ୍ରୋଟୋକଲ୍ ଅନୁଯାୟୀ କଡ଼ାକଡ଼ି ଭାବେ ନିର୍ଧାରଣ ହୋଇଛି’
କଂଗ୍ରେସ ସାଂବିଧାନିକ ମାନଦଣ୍ଡ ଅପେକ୍ଷା ଅଧିକାର ଏବଂ ପରିବାରକେନ୍ଦ୍ରିକ ରାଜନୀତିକୁ ପ୍ରାଧାନ୍ୟ ଦେଉଛି:ବିଜେପି
ସେପଟେ ରାହୁଲ ଗାନ୍ଧୀଙ୍କୁ ନେଇ ଆଉ ଏକ ବିବାଦ ସୃଷ୍ଟି ହୋଇଛି। 
ରାହୁଲ ଗାନ୍ଧୀ ରାଷ୍ଟ୍ରପତି ଭବନରେ ଅନୁଷ୍ଠିତ ଭୋଜିରେ ଉତ୍ତର-ପୂର୍ବ ଥିମକୁ ପାଳନ କରିନଥିବା କହିଛି ବିଜେପି।
ବିଜେପି ଆଇଟି ସେଲ ଅଧ୍ୟକ୍ଷ ଅମିତ ମାଲବ୍ୟ ଏକ୍ସରେ ରାହୁଲଙ୍କ ଅନ୍ୟ ଅତିଥିଙ୍କ ଫଟୋ ସେୟାର କରିଛନ୍ତି
ପ୍ରଧାନମନ୍ତ୍ରୀଙ୍କଠାରୁ ଆରମ୍ଭ କରି ଇଉରୋପୀୟ ସଂଘର ନେତା ଓ ବିଦେଶୀ ଦୂତ ସବୁ ଉତ୍ତତୀୟ ପରିଧାନ କରିଥିଲେ
କିନ୍ତୁ କେବଳ ରାହୁଲ ଗାନ୍ଧୀ ଏହି ଉତ୍ତତୀୟ ପରିଧାନ କରିବାକୁ ମନା କରିଥିଲେ। 
ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ନିଜେ ଦୁଇଥର ସ୍ମରଣ କରାଇବା ସତ୍ତ୍ୱେ ରାହୁଲ ଗାନ୍ଧୀ ଗାମୁଛା ପକାଇନଥିଲେ। 
ଭାରତର ବିବିଧତା ପ୍ରତି ସମ୍ମାନ ରାଜନୈତିକ ନୁହେଁ, ଏହା ଏକ ଇଛା: ଅମିତ ମାଲବ୍ୟ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe