କନକ ବ୍ୟୁରୋ: କୋରାପୁଟ ପୋଲିସ ପରେଡ ପଡିଆରେ ମହାସମାରୋହରେ ପାଳିତ ହୋଇଛି ୭୬ତମ ସାଧାରଣତନ୍ତ୍ର ଦିବସ । ସ୍ୱାଧୀନତା ସଂଗ୍ରାମୀର ମାଟି କୋରାପୁଟ । ଏ ମାଟିରେ ନିଆରା ଢଙ୍ଗରେ ଐତିହାସିକ ଦିବସକୁ ପାଳନ କରିଛନ୍ତି ଛାତ୍ରଛାତ୍ରୀ । ଜିଲ୍ଲାର ପାରମ୍ପରି ନୃତ୍ୟ ଓ ଜୀବନ ଶୈଳିକୁ ପ୍ରଦର୍ଶିତ କରିଛନ୍ତି । ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଅନୁଷ୍ଠାନିକ ଭାବେ ଜାତୀୟ ପତାକା ଉତ୍ତୋଳନ କରିବା ସହିତ ସମ୍ବିଳନୀ ପରେଡ ଅଭିଭାଦନ ଗ୍ରହଣ କରିଛନ୍ତି । ଏହି ମାଟିରେ ସହିଦ ଲକ୍ଷ୍ମୀଣ ନାୟକଙ୍କ ଭଳି ଲଢୁଆ ବୀର ପୁରୁଷ ଜନ୍ମ ଗ୍ରହଣ କରିଥିଲେ । ଆଜି ଭଳି ଦିନରେ ଭାରତ ମାତାର ସେମିତି ସଂଗ୍ରାମୀଙ୍କ ସଂପର୍କରେ ଆଲୋଚନା କରିଥନ୍ତି ଅତିଥି  । 
 
ଖୋର୍ଦ୍ଧା ରାସ୍ତାରେ ନାଚିନାଚି ଗଣତନ୍ତ୍ର ଦିବସ ପାଳନ ହୋଇଛି । ଖୋର୍ଦ୍ଧା ବୋଲଗଡ ବ୍ଲକ ଗେଡିଆପଲ୍ଲି ସରକାରୀ ଉଚ୍ଚ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଅତି ସୁନ୍ଦର ଭାବେ ପାଳନ କରିଛନ୍ତି । ଛାତ୍ରଛାତ୍ରୀ ବିଭିନ୍ନ ପ୍ରକାର ବୀରପୁରୁଷଙ୍କ ବେଶକୁ ପରିଧାନ କରି ରାଜରାସ୍ତା ଏବଂ ସାହିସାହିରେ ଦେଶାତ୍ମବୋଧ ଗୀତର ତାଳେ ତାଳେ ନାଚିଛନ୍ତି । ବିଦ୍ୟାଳୟ ପକ୍ଷରୁ ଏଭଳି ପ୍ରୟାସକୁ ସ୍ଥାନୀୟ ଅଞ୍ଚଳବାସୀ ପ୍ରଶଂସା କରିଛନ୍ତି ।
 
ସେହିଭଳି ବାରିପଦା ରିଜର୍ଭ ପୁଲିସ ପଡିଆ ଠାରେ ମୟୂରଭଞ୍ଜ ଜିଲ୍ଲାସ୍ତରୀୟ ଗଣତନ୍ତ୍ର ଦିବସ ପାଳନ କରାଯାଇଛି । ଜିଲ୍ଲାପାଳ ଶ୍ରୀ ହେମକାନ୍ତ ସୟ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଜାତୀୟ ପତାକା ଉତ୍ତୋଳନ କରିବା ସହ ପରେଡ ଅଭିବାଦନ ଗ୍ରହଣ କରିଛନ୍ତି । ୩୫ଟି ଟ୍ରୁଫ୍ ପରେଡ କରିଛନ୍ତି । ୩ଟି ପ୍ରଜ୍ଞାପନ ମେଢ ଭାଗ ନେଇଥିଲେ । 
 
ସୁବର୍ଣ୍ଣପରୁ ରାମେଶ୍ବର ଷ୍ଟାଡିୟମ ଠାରେ ଆୟୋଜିତ ଜିଲ୍ଲା ସ୍ତରୀର ସାଧାରଣତନ୍ତ୍ର ଦିବସରେ ପତାକା ଉତ୍ତୋଳନ କରିଛନ୍ତି ପଞ୍ଚାୟତିରାଜ ମନ୍ତ୍ରୀ ରିବି ନାରାୟଣ ନାଏକ । ଏହି ଅବସରରେ ଜିଲ୍ଲା ପୋଲିସ, ହୋମଗାର୍ଡ, ଏନ.ସି.ସି ଓ ବିଭିନ୍ନ ସ୍କୁଲ କଲେଜର ସ୍କାଉଟ୍ ମୋଟ ୪୨ଟି ଦଳ ପରେଡ କରିଛନ୍ତି । ଏହାସହ ଷ୍ଟାଡ଼ିୟମରେ ୧୬ଟି ପ୍ରଜ୍ଞାପନ ମେଢ ଗଡ଼ିଛି । ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ଦ୍ବାରା ସାଂସ୍କୃତିକ କାର୍ୟ୍ୟକ୍ରମ ପ୍ରଦର୍ଶନ କରାଯାଇଛି ।
 
ସାଧାରଣତନ୍ତ୍ର ଦିବସ ଅବସରରେ ମଝି ଚିଲିକାରେ ଉଡ଼ିଲା ତ୍ରିରଙ୍ଗା । ଡଙ୍ଗା ଉପରେ ରହି ମହିଳାମାନେ ଭାରତ ମାତାର ବନ୍ଦାପନା କରିଛନ୍ତି । ହାତରେ ତ୍ରିରଙ୍ଗା ଧରି ଚିଲିକା ପରିକ୍ରମା କରିଛନ୍ତି । ପୁରୀ କୃଷ୍ଣପ୍ରସାଦ ବ୍ଲକର ଖଟିସାହି ଗ୍ରାମର ମା ବ୍ରହ୍ମ ଦେବତୀ ସ୍ୱୟଂ ସହାୟକ ଗୋଷ୍ଠୀ ପକ୍ଷରୁ ଏପରି ଦେଶ ଭକ୍ତିର ଦୃଶ୍ୟ ଦେଖିବକୁ ମିଳିଛି ।